ସୋନପୁର ଉପଜିଲ୍ଲାପାଳ ଙ୍କ ଦ୍ୱାରା ବେନିୟମ ବାଲି ଚାଲାଣ କୁ ବନ୍ଦ କରିବା ନିମନ୍ତେ ରାତ୍ରି କାଳୀନ ଚଢ଼ାଉ

0
135
ସୋନପୁର ଉପଜିଲ୍ଲାପାଳ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୨୦/୬) : ଗତ ରାତିରେ ତେଲ ନଦୀ ରୁ ଗୋଟିଏ ହାଇୱା ବେନିୟମ ବାଲି ଚାଲାଣ କରୁଥିବା ସମୟରେ ବ୍ଲକ ଛକ ଠାରେ ସୋନପୁର ଉପଜିଲ୍ଲାପାଳ ଡ଼ଃ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ରଙ୍କ ଦ୍ୱାରା ଚଢ଼ାଉ କରାଯାଇ ଏକ ହାଇୱା କୁ ଜବତ କରାଯାଇଛି l

ସୋନପୁର ଉପଜିଲ୍ଲାପାଳ ଙ୍କ ତତ୍ୱାବଧାନରେ, ତହସିଲଦାର ସୋନପୁର ନବୀନ କିଶୋର ପାଢ଼ୀ, ତଥା ତହସିଲ କାର୍ଯ୍ୟାଳୟ ର ସୁପରଭାଇଜର ପ୍ରମୁଖ ଚଢ଼ାଉ କରି ବେନିୟମ ବାଲି ଚାଲାଣ ହେଉଥିବା ହାଇୱା ଉପରେ ଚଢ଼ାଉ କରି ୧ ଲକ୍ଷ ଟଙ୍କା ଜୋରିମାନା କରିଛନ୍ତି ଓ ଉକ୍ତ ହାଇୱା କୁ ଜବତ କରାଯାଇ ସୋନପୁର ଟାଉନ ଥାନା ଅଧିକାରୀଙ୍କ ଠାରେ ଜିମାରେ ଦିଆ ଯାଇଛି l

ଏଣୁ ଏଣିକି ଆଗକୁ ମଧ୍ୟ ଅନୁରୂପ ଭାବେ ଚଢ଼ାଉ କରାଯାଇ ବେନିୟମ ବାଲି ଚାଲାଣ ତଥା ଅନ୍ୟାନ୍ୟ ବେନିୟମ କାର୍ଯ୍ୟକଳାପ ରୋକିବା ସହ ବନ୍ଦ କରାଯିବ ବୋଲି ସୂଚନା ଦେଇଛନ୍ତି ନୂତନ ଭାବେ ଯୋଗଦାନ କରିଥିବା ସୋନପୁର ଉପ ଜିଲ୍ଲାପାଳ ଡ଼ଃ ମିଶ୍ର l