କଟକଣା ମଧ୍ୟରେ ଜିଲ୍ଲାରେ ୧୨ ତାରିଖ ଠାରୁ ସବୁ ଧର୍ମାନୁଷ୍ଠାନ ଖୋଲିବ

0
213

ରିପୋର୍ଟ: ରଂଜିତ ବେହେରା //
ଚଳିତ ମାସରେ ସବୁ ରବିବାର ଓ ସୋମବାର ସମସ୍ତ ଶିବ ମନ୍ଦିର ବନ୍ଦ ରଖିବାକୁ ନିଷ୍ପତ୍ତି
ଢେଙ୍କାନାଳ,(୦୬/୦୮) : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଢେଙ୍କାନାଳ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ ଜିଲ୍ଲା ପ୍ରଶାସନ ପକ୍ଷରୁ ବନ୍ଦ ରଖାଯାଇଥିଲା । ସମ୍ପ୍ରତି ଜିଲ୍ଲାରେ କରୋନା ସ୍ଥିତି ନିୟନ୍ତ୍ରଣାଧୀନ ଥିବାରୁ କୋଭିଡ କଟକଣା ମଧ୍ୟରେ ଆସନ୍ତା ୧୨ ତାରିଖ ଠାରୁ ସବୁ ଧର୍ମାନୁଷ୍ଠାନଗୁଡିକ ଶ୍ରଦ୍ଧାଳୁମାନଙ୍କ ଦର୍ଶନ ନିମନ୍ତେ ଖୋଲାଯିବ । ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟ।ଳୟସ୍ଥ ସଦଭାବନା ସଭାଗୃହରେ ଜିଲ୍ଲାପାଳ ଶ୍ରୀ ଭୁମେଶ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।
4200c852 39f6 42ed 8579 9d60d9c2ab83 କଟକଣା ମଧ୍ୟରେ ଜିଲ୍ଲାରେ ୧୨ ତାରିଖ ଠାରୁ ସବୁ ଧର୍ମାନୁଷ୍ଠାନ ଖୋଲିବ

ଜିଲ୍ଲାରେ ଥିବା ଚର୍ଚ୍ଚ ଏବଂ ମସଜିଦଗୁଡିକରେ ଏକକାଳୀନ ସର୍ବାଧୂକ ୨୦ ଜଣ ବ୍ୟକ୍ତି ପ୍ରାର୍ଥନା କରିପାରିବେ । ଜିଲ୍ଲାରେ ମନ୍ଦିରଗୁଡିକ କଟକଣା ମଧ୍ୟରେ ସକାଳ ୭ ଟା ରୁ ଅପରାହ୍ନ ୫ ଟା ପର୍ଯ୍ୟନ୍ତ ଖୋଲା ରଖୁବାକୁ ନିଷ୍ପତ୍ତି ହୋଇଛି ।

ଚର୍ଚ୍ଚ , ମସଜିଦ , ମନ୍ଦିର ଆଦି ସମସ୍ତ ଧର୍ମାନୁଷ୍ଠାନକୁ ଯିବା ପୂର୍ବରୁ ମାସ୍ତ୍ର ପରିଧାନ ଓ ହାତକୁ ବିଶୋଧନ କରିବା ସହିତ ସାମାଜିକ ଦୂରତା ରକ୍ଷା ଏବଂ କୋଭିତ ନିୟମ ନିଶ୍ଚିତ ଅନୁପାଳନ କରିବାକୁ ସମସ୍ତ ଶ୍ରଦ୍ଧାଳୁ ଏବଂ ପରିଚାଳନା କମିଟିକୁ ପରାମର୍ଶ ଦିଆଯାଇଛି । ଶିବମନ୍ଦିର ଗୁଡିକରେ ଯେପରି ଅଧୁକ ଗହଳି ନ ହୁଏ , ସେଥିପ୍ରତି ଦୃଷ୍ଟି ରଖ୍ ଚଳିତ ଅଗଷ୍ଟ ମାସର ସବୁ ରବିବାର ଓ ସୋମବାର ଦିନ ଜିଲ୍ଲାର ସମସ୍ତ ଶିବମନ୍ଦିର ବନ୍ଦ ରଖାଯିବ । କୌଣସି ମନ୍ଦିରମକୁ ଶ୍ରଦ୍ଧାଳୁମାନେ ପୂଜା ସାମଗ୍ରୀ ଆଦି ନେଇପାରିବେ ନାହିଁ ।

ସଂକ୍ରମଣ ଆଶଙ୍କା ଯୋଗୁଁ ୧୦ ବର୍ଷରୁ କମ ବୟସ୍କ ଶିଶୁ , ୬୫ ବର୍ଷରୁ ଉର୍ଦ୍ଧ ବୟସ୍କ ବ୍ୟକ୍ତି ଓ ଗର୍ଭବତୀ ମହିଳା ଧର୍ମାନୁଷ୍ଠାଗୁଡିକୁ ନ ଯିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି । ଜନସାଧାରଣଙ୍କ ଭାବନାକୁ ଦୃଷ୍ଟିଦେଇ ଜିଲ୍ଲାରେ ସମସ୍ତ ଧର୍ମାନୁଷ୍ଠାନ ଖୋଲାଯାଇଛି । ଅସାବଧାନ ହୋଇ କୋଭିଡ କଟକଣା ନ ମାନିଲେ କରୋନା ସଂକ୍ରମଣ ବୃଦ୍ଧିର ଆଶଙ୍କା ଥିବାରୁ ଧର୍ମାନୁଷ୍ଠାନଗୁଡିକରେ ବିଶୋଧନ , ସାମାଜିକ ଦୂରତା ରକ୍ଷା ଓ ମାସ୍କ ପରିଧାନକୁ ବିଶେଷ ଗୁରୁତ୍ବ ଦେବାକୁ ଜିଲ୍ଲାପାଳ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ।

ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶଶାଙ୍କ ଶେଖର ଦାଶ , ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ – ତଥା – ନିର୍ବାହୀ ଅଧୁକାରୀ , ଦେବୋତ୍ତର ଶ୍ରୀ ସାଫଲ୍ୟ ମଣ୍ଡିତ ପ୍ରଧାନ , ସଦର ଉପଜିଲ୍ଲାପାଳ ଶ୍ରୀ ରବି ନାରାୟଣ ତ୍ରିପାଠୀ , କାମାକ୍ଷାନଗର ଉପଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ସାହୁ , ହିନ୍ଦୋଳ ଉପଜିଲ୍ଲାପାଳ ଶ୍ରୀ ଉଦୟ କୁମାର ମହାପାତ୍ରଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧ୍ୟକାରୀ , ଦେବୋତ୍ତର ଉପଦେଷ୍ଟା କମିଟିର ସଦସ୍ୟ ଏବଂ ବିଭିନ୍ନ ଧର୍ମାନୁଷ୍ଠାନର ମୁଖ୍ୟ ଓ ପୂଜକମାନେ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।