ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ରାୟଗଡ ଗସ୍ତ

0
500
ଅତିରିକ୍ତ ମୁଖ୍ୟ ଶାସନ

“ସ୍ୱାମୀତ୍ୱ ପ୍ରକଳ୍ପ ର ଡ୍ରୋନ୍‍ ମାଧ୍ୟମରେ ସର୍ଭେ କାର୍ଯ୍ୟ ନିରୀକ୍ଷଣ କଲେ”
ରିପୋର୍ଟ : ଗୋପୀନାଥ ଗୌଡ଼ //
ରାୟଗଡ଼ା, ତା. (୨୩/୦୬) : ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ରାୟଗଡ ଜିଲ୍ଲାକୁ ଗସ୍ତ କରି ଗତ ତା ୨୨/୦୬/୨୨ ରିଖ ଦିନ ”ସ୍ୱାମୀତ୍ୱ” ପ୍ରୋଜେକ୍‍ଟ ର ସମୀକ୍ଷା କରିଥିଲେ ।ee307fee eee2 41e9 b2d6 2dcec713a539 ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ରାୟଗଡ ଗସ୍ତ

ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ସର୍ବ ପ୍ରଥମେ ରାୟଗଡ ତହସିଲ ଅନ୍ତର୍ଗତ ହାଲୁଆ ଗ୍ରାମପଞ୍ଚାୟତରେ କୋଡାପାଡି ଗ୍ରାମକୁ ଯାଇ ଡ୍ରୋନ୍‍ ର ଉଡାଣ ଓ ତାହା ମାଧ୍ୟମରେ ସର୍ଭେ କାର୍ଯ୍ୟ ନିରୀକ୍ଷଣ କରିଥିଲେ । ରାୟଗଡ଼ା ଜିଲ୍ଲାପାଳ ସ୍ୱଧା ଦେଵ ସିଂହ ଓ ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ ଉପସ୍ଥିତ ଥିଲେ । ସ୍ୱାମୀତ୍ୱ (SVAMITVA) ର ଅର୍ଥ ହେଉଛି Survey of Villages and Mapping with Improvised Technology in Village Area । ଏହି Survey ଅତ୍ୟାଧୂନିକ ଶୈଳୀରେ ଡ୍ରୋନ୍‍ ମାଧ୍ୟମରେ କରାଯାଉଅଛି । ରାଜ୍ୟରେ ରାୟଗଡ ଜିଲ୍ଲାରେ ଏହାକୁ ପାଇଲଟ ପ୍ରଜେକ୍‍ଟ ହିସାବରେ ନିଆଯାଇଅଛି ।

ଏଥି ପାଇଁ ସମସ୍ତ ତହସିଲ Odisha Special Survey and Settlement Act- 2012 ଅନୁସାରେ ବିଜ୍ଞପ୍ତି ପ୍ରକାଶ ପାଇଛି । ରାୟଗଡ ଭଳି ଏକ ଜଙ୍ଗଲ ଓ ପାର୍ବତ୍ୟାଞ୍ଚଳ ପାଇଁ ଏହି ସର୍ଭେ ବହୁତ ଉପଯୋଗୀ ଓ ନିର୍ଭୁଲ । ଜିଲ୍ଲା ପ୍ରଶାସନକୁ ତୁରନ୍ତ ସର୍ଭେ କରି ଯୋଗ୍ୟ ହିତାଧିକାରୀ ମାନଙ୍କୁ ଗ୍ରାମକଣ୍ଟ ପରମ୍ୱୋକ, ସରକାରୀ ଜମି ଓ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରିବାକୁ ନିର୍ଦ୍ଦେଶ କରିଛନ୍ତି । ଗ୍ରାମାଞ୍ଚଳ ର ସମସ୍ତ ଆବାଦୀ (Residential) ଅଞ୍ଚଳକୁ ଏଥିପାଇଁ ନିଆଯାଇଅଛି ।

ଏ ପର୍ଯ୍ୟନ୍ତ ୫ଟି ତହସିଲ ଯଥା- ଗୁଡାରି, ପଦ୍ମପୁର, ଗୁଣୁପୁର, ମୁନିଗୁଡା ଓ ରାୟଗଡରେ ୭୭୮ ଗ୍ରାମରେ ଡ୍ରୋନ୍‍ ଉଡାଣ କାର୍ଯ୍ୟ ସରି ରେକର୍ଡ ପ୍ରସ୍ତୁତ କାମ ଚାଲିଅଛି । ପ୍ରାଥମିକ ପର୍ଯ୍ୟାୟରେ ଗୁଡାରି ତହସିଲରେ ୧୩ଟି ଗ୍ରାମ ର ୩୧୬ ଜଣ ହିତାଧିକାରୀଙ୍କୁ ପଟ୍ଟା ବଣ୍ଟନ ସରିଅଛି । ଏହି ଗସ୍ତ ସମୟରେ ଅନ୍ୟମାନଙ୍କ ମଧ୍ୟରେ ଉପଜିଲ୍ଲାପାଳ ରାୟଗଡ ଭୀମସେନ ଶବର, ତହସିଲଦାର ରାୟଗଡ ତାପସ କୁମାର ସ୍ୱାଇଁ, ଗୁଡାରି ତହସିଲଦାର ଭାରତୀ ଦେବୀ ଓ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ l