ଯୁବତୀ ଦୁଇ ଦିନ ହେଲା ନିଖୋଜ : ଏଫ୍ ଆଇ ଆର୍ ଦରଜ

0
342
ଯୁବତୀ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୭/୦୬) : କାଶୀନଗର ବ୍ଲକ ର ଖାରଡ଼ା ପଞ୍ଚାୟତ ନାବାଡ଼ା ଗ୍ରାମ ରୁ ଯୁବତୀ ଦୁଇ ଦିନ ହେଲା ନିଖୋଜ ହୋଇ ଯାଇଥିବା ଅଭିଯୋଗ ହୋଇଛି ।

ପ୍ରାପ୍ତ ସୂଚନା ଅନୁଯାୟୀ ନାବାଡ଼ା ଗ୍ରାମ ର ୨୨ ବର୍ଷ ର ଯୁବତୀ ତୁଳସୀ ପଡୁ ରୋହିଣୀ ନିଜ ସାଙ୍ଗ ର ବିବାହ ଉତ୍ସଵ କୁ ଯାଇ ନଥିବାରୁ ଅନ୍ୟ ସାଙ୍ଗ ମାନେ ଯେଉଁ ଉପହାର କିଣିଥିଲେ ତାର ପଇସା ଶୁଝିବା ପାଇଁ ଖାରଡ଼ା ଯାଇ ଆଉ ଫେରି ନାହାଁନ୍ତି । ପରିବାର ଲୋକ ଖୋଜା ଖୋଜି କରି ପାଇଲେ ନାହିଁ ଏଣୁ କାଶୀନଗର ଥାନା ରେ ରିପୋର୍ଟ ଦେଇଛନ୍ତି । କାଶୀନଗର ଥାନା ପୋଲିସ ତନାଘନା ଚଳାଇଛି । ତଦନ୍ତ ଜାରି ରହିଥିବା ଜଣାପଡିଛି ।