Friday, March 29, 2024

Top 5 This Week

Related Posts

ଆରସେଟି ବଲାଙ୍ଗୀର ର ତମିଆ ଗାଁ କୁ କ୍ଷେତ୍ର ପରିଦର୍ଶନ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର, (୨୭/୦୬) : ଆଦ୍ୟ ତା ୨୫/୦୬/୨୦୨୨ ଦିନ ଆରସେଟି ବଲାଙ୍ଗୀର ତାଲିମ କାର୍ଯକ୍ରମକୁ ସଫଳ କରିବା ପାଇଁ ତାଲିମ ପ୍ରାର୍ଥୀମାନଙ୍କୁ ପାଟଣାଗଡ ବ୍ଲକ ରେଙ୍ଗଟାସିଲ ଗ୍ରାମରୁ ପାଟଣାଗଡ ବିଭିଓ ଏବଂ ଓମଫେଡ ୟ୍ଯୁନିଟ୍ ଇନଚାର୍ଜଙ୍କ ସହ ସାକ୍ଷାତ କରିବା ସହିତ ବିଭିନ୍ନ ଯୋଜନା ବିଷୟରେ ଅବଗତ କରାଇଥିଲେ ।

ତମିଆ ଗ୍ରାମକୁ କ୍ଷେତ୍ର ପରିଦର୍ଶନରେ ଯାଇ ସଫଳ ଚାଷୀ ଶ୍ରୀ ଭୃଗୁରାମ ଖଟୁଆଙ୍କୁ ଭେଟିଥିଲେ । ସେ ତାଙ୍କର ସଫଳ କାହାଣୀ ତାଳିମ ପ୍ରାର୍ଥି ଙ୍କ ସମ୍ମୁଖରେ ପ୍ରାଞ୍ଜଳ ଭାବରେ ବଖାଣିଥିଲେ । ଏହି କାର୍ଯକ୍ରମରେ ଆରସେଟି ଅନୁଷ୍ଠାନ ର ପ୍ରଶିକ୍ଷକ ଶ୍ରୀ ସୂର୍ଯ୍ୟମଣି ପଧାନ କ୍ଷେତ୍ର ପରିଦର୍ଶନ ର ଆବଶ୍ୟକତା ତଥା ମହତ୍ୱ ବିଷୟରେ ଆଲୋକପାତ କରିବା ସହିତ ସେମାନଙ୍କୁ ଉତ୍ସାହିତ ଓ ଅଭିପ୍ରେରିତ କରିଥିଲେ ।

ଧୁବଲପଡା ଗ୍ରାମପଞ୍ଚାୟତ ର ୨୮ ଜଣ ସଭ୍ୟ ଗାଈ ପାଳନ ତାଲିମ ରେ ଯୋଗଦାନ କରିଥିଲେ । ଆମ ଜଙ୍ଗଲ ଯୋଜନା ର ଡିଓ ଶ୍ରୀ ସିଦ୍ଧେଶ୍ୱର ପଧାନ ସହଯୋଗ କରିଥିଲେ, ତାଲିମ ଦାତା ଶ୍ରୀ ଗଣେଶ ଚନ୍ଦ୍ର ବାରିକ ସକ୍ରିୟ ଅଂଶଗ୍ରହଣ କରିଥିଲେ ।

Popular Articles