ବ୍ଲକ ସ୍କୁଲ ଓ କଲେଜ ମିଳିତ ମଞ୍ଚ ର ପ୍ରସ୍ତୁତି ବୈଠକ : ଶିକ୍ଷକ ମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା

0
178

ରିପୋର୍ଟ : ବିଭୁତି ଲହରିୟା
କନ୍ଧମାଳ,ବାଲିଗୁଡା,(୦୬/୦୮) : ବାଲିଗୁଡା ସ୍ଥିତ ପାଟଖଣ୍ଡା ବିଦ୍ୟାପୀଠ ପରିସରରେ ରେ ବାଲିଗୁଡା ବ୍ଲକ ସ୍କୁଲ ଓ କଲେଜ ମିଳିତ ମଞ୍ଚ ର ଏକ ଜରୁରୀ କାଳୀନ ବୈଠକ ଅନୁଷ୍ଠିତ ହୋଇଛି |

ଏଥିରେ ବ୍ଲକ ସ୍କୁଲ ଓ କଲେଜ ମିଳିତ ମଞ୍ଚ ଓଷ୍ଟା ବ୍ଲକ ସଭାପତି ଶରତ ଚନ୍ଦ୍ର ନାୟକ ସଭାପତିତ୍ୱ ରେ ଅନୁଷ୍ଠିତ ବୈଠକ ରେ ଶିକ୍ଷକ ମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କ ରେ ଆଲୋଚନା ହୋଇଥିଲା |

ଏଥି ସହିତ ସପ୍ତମ ବେତନ କମିଶନ ଅବିକଳ ପ୍ରଦାନ ଚାକରି ସର୍ତ୍ତାବଳି, ଅବସର କାଳୀନ ସୁବିଧା,ଯୋଗ୍ୟ ବିବେଚିତ ୧୭୭ ସ୍କୁଲ କୁ ଅନୁଦାନ ପ୍ରଦାନ,୪୮ ବର୍ଷ ଅତିକ୍ରମ କରିଥିବା ହିନ୍ଦୀ ଓ ସଂସ୍କୃତ ଶିକ୍ଷକ କୁ ଟିଜିଟି ସ୍କେଲରେ ଦରମା ପ୍ରଦାନ ଆଦି ବିଷୟରେ ଆଲୋଚନା ହୋଇଥିଲା |

ବାଲିଗୁଡା ବ୍ଲକ ର ଗ୍ରାମ ପଂଚାୟତ ବିଦ୍ୟାଳୟ, କୁଟିକିଆ, ଗିରିଜନ ଉଚ୍ଚ ବିଦ୍ୟାଳୟ, ଋତୁଙ୍ଗିଆ, ଆଦିବାସୀ ଜୁନିଅର କଲେଜ ବାଲିଗୁଡା,ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ବାଟାଗୁଡା,ର ଶିକ୍ଷକ କର୍ମଚାରୀ ଯୋଗ ଦେଇଥିଲେ |

ବାଲିଗୁଡା ବ୍ଲକ ଓଷ୍ଟା ସାଧାରଣ ସମ୍ପାଦକ ଗଙ୍ଗାଧର ନାୟକ ସୂଚନା ଦେଇଛନ୍ତି ଅଗଷ୍ଟ ୯ ତାରିଖ ରେ କନ୍ଧମାଳ ଜିଲ୍ଲାପାଳ ଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଏକ ଦାବୀ ପତ୍ର ପ୍ରଦାନ କରାଯିବା ସହିତ ଯଦି ଦାବୀ ପୂରଣ ନହେଲେ ଆସନ୍ତା ଅଗଷ୍ଟ ୧୬ ତାରିଖ ଦିନ ଭୁବନେଶ୍ୱର ରେ ବିଶାଳ ରାଲି ଓ ବିକ୍ଷୋଭ ପଦର୍ଶନ କରାଯିବ ବୈଠକ ରେ ନିଷ୍ପତ୍ତି ହୋଇଛି |

ଏଥି ରେ ସୁରେନ୍ଦ୍ର କୁମାର ମହାରଣା ରାଜେନ୍ଦ୍ର ରାଉତ, ନକୁଳ ମଳିକ, ସଂଯୁକ୍ତା ସାହୁ ଗୌରାଙ୍ଗ ମହାରଣା, ଅକ୍ଷୟ ମିଶ୍ର ସମେତ ଅନ୍ୟ ମାନେ ଉପସ୍ଥିତ ଥିଲେ |