କାଶୀନଗର ବ୍ଲକ ଅଧ୍ୟକ୍ଷା ଙ୍କ ବିଦ୍ୟାଳୟ ପରିଦର୍ଶନ

0
155
କାଶୀନଗର ବ୍ଲକ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୮/୦୬) : ବହୁତ ଦିନ ପରେ ନିର୍ବାଚିତ କାଶୀନଗର ବ୍ଲକ ଅଧ୍ୟକ୍ଷା ଙ୍କ କାଶୀନଗର ବ୍ଲକରେ ସ୍କୁଲ ପରିଦର୍ଶନରେ ଯିବା ଏବେ ଚର୍ଚ୍ଚାରେ ରହିଛି ।

କାଶୀନଗର ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ବାଲା ଶୟମ୍ମା ଆଜି ହାଡୁ ଭାଙ୍ଗି ପଞ୍ଚାୟତ ର ଚୁଦଙ୍ଗୀ ପୁର ଉନ୍ନତ ଉଚ୍ଚ ବିଦ୍ୟାଳୟ ପରିଦର୍ଶନରେ ଯାଇଥିଲେ । ସେ ବିଦ୍ୟାଳୟରେ ପହଞ୍ଚିବା ପରେ ବିଦ୍ୟାଳୟ ର ଶିକ୍ଷକ ଛାତ୍ର ଛାତ୍ରୀ ଙ୍କ ସହ ଆଲୋଚନା କରି କିଭଳି ପାଠ ପଢା ଚାଲିଛି ପଚାରି ବୁଝିଥିଲେ । ଏହା ଥିଲା ତାଙ୍କ ର ପ୍ରଥମ ବିଦ୍ୟାଳୟ ପରିଦର୍ଶନ ।