ଆଗାମୀ ମୌସୁମୀ କୁ ଦେଖି କାଶୀନଗର ପୌର ପରିଷଦରେ ଡ୍ରେନ ସଫେଇ

0
175
ଆଗାମୀ ମୌସୁମୀ କୁ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୯/୦୬) : କାଶୀନଗର ପୌର ପରିଷଦରେ ଆଗାମୀ ମୌସୁମୀ କୁ ଦେଖି ଡ୍ରେନ ଗୁଡ଼ିକ ସଫା କରାଯାଉଛି ।

ପ୍ରକାଶ ଥାଉ କି କାଶୀନଗର ପୌର ପରିଷଦରେ ୧୩ ଟି ୱାର୍ଡ ଓ ୧୦,୦୦୦ ଜନସଂଖ୍ୟା ରହିଥିଲେ ସୁଦ୍ଧା ସ୍ଵରେଜ୍ ବ୍ୟବସ୍ଥା ଏ ପର୍ଯ୍ୟନ୍ତ ଠିକ୍ ହୋଇ ନାହିଁ । ୱାର୍ଡ ୧, ୨, ୩ ର ପାଣି କିଛି ନଦୀ ପଟ କୁ ଯାଉଥିବା ବେଳେ କିଛି ପୋଲିସ ଥାନା ପଛ ପଟ ଥିବା ଲୋକ ଙ୍କ ପଟା ଯାଗାରେ ପଢୁଛି । ୱାର୍ଡ ୬, ୭, ୮ ର ପାଣି ମଦନ ମୋହନ ମନ୍ଦିର ର ପାରିବ କ୍ଷେତରେ ପଡୁଛି । ୱାର୍ଡ ୧୨, ୧୩ ର ପାଣି ରେଳ ଧାରଣା ଦେଇ ପୁନଃ ମନ୍ଦିର ଜମିରେ ପଡୁଛି । ଏଣୁ ଆଗାମୀ ମୌସୁମୀ କୁ ଦେଖି ତୁରନ୍ତ ସ୍ୱରେଜ୍ ବ୍ୟବସ୍ଥା କୁ ନ ସୁଧରିଲେ ବର୍ଷା ଦିନରେ କୁତ୍ରୀମ ବନ୍ୟା ସୃଷ୍ଟି ହେବ ବୋଲି ଚାଷୀ ମାଲେଶ୍ୱର୍, ରାଜୁ, ଲଛନା ଅଙ୍ଗ କରିଛନ୍ତି ।