୧୬ ବର୍ଷୀୟ ନାବାଳିକା ଯୁବକ ସହ ଫେରାର ଅଭିଯୋଗ

0
105
୧୬ ବର୍ଷୀୟ ନାବାଳିକା

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ଟିଟିଲାଗଡ଼, ତା(୨୯/୦୬) : ଟିଟିଲାଗଡ଼ ଥାନା ଅନ୍ତର୍ଗତ କୁମୁଡ଼ା ଗ୍ରାମ ର ଜଣେ ୧୬ ବର୍ଷୀୟ ନାବାଳିକା ନିଖୋଜ ହୋଇଯାଇଥିବା ନେଇ ସ୍ଥାନୀୟ ଥାନାରେ ଏତଲା ଦେଇଥିବା ଜଣାଯାଇଛି ।

ସୂଚନା ଅନୁଯାୟୀ ଗତ ତିନି ଦିନ ପୂର୍ବରୁ ଘରେ ତାଙ୍କ ମାଆ ଙ୍କୁ ଗାଧୋଇବା ପାଇଁ ଯାଉଛି କହି ସକାଳ ପ୍ରାୟ ୬ ଟାରୁ ୧୬ ବର୍ଷୀୟ ନାବାଳିକା ସୁମିତ୍ରା ହାତୀ (ଛଦ୍ମନାମ) କେଉଁ ଆଡେ ଚାଲିଯାଇଥିଲେ । ପରେ ପରିବାର ଲୋକେ ତାଙ୍କ ନିତ୍ୟ ବ୍ୟବହାର୍ଯ୍ୟ ଲୁଗା ପଟା ନେଇଥିବା ଜାଣିବାକୁ ପାଇଥିଲେ । ଏ ନେଇ ଟିଟିଲାଗଡ଼ ଥାନାରେ ଏକ ମାମଲା ରୁଜ୍ଜୁ କରାଯାଇଥିବା ଓ ତଦନ୍ତ ଆରମ୍ଭ ହୋଇଥିବା ଜଣାପଡିଛି ।

ପ୍ରକାଶ ଯେ, ଟିଟିଲାଗଡ଼ ହାଟପଦା ପଡା ର ମୋହନ ବେହେରା ନାମକ ଜଣେ ଯୁବକ ସହ କେଉଁଆଡ଼େ ଫେରାର ହୋଇଯାଇଥିବା ଓ ମୋବାଇଲରେ ଉଭୟ ଙ୍କ ଫଟୋ ଭାଇରଲ କରାଯାଇଥିବା ଜଣାଯାଇଛି ।