Friday, March 29, 2024

Top 5 This Week

Related Posts

କାଶୀନଗର ପଞ୍ଚାୟତ ସମିତି ର ବୈଠକ ଅନୁଷ୍ଠିତ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୩୦/୦୬) : ନବନିର୍ବାଚିତ ସରପଞ୍ଚ ଓ ସମିତି ସଭ୍ୟ ଜିଲ୍ଲା ପରିଷଦ ସଭ୍ୟ ମାନଙ୍କୁ ନେଇ ଆଜି କାଶୀନଗର ପଞ୍ଚାୟତ ସମିତି ର ବୈଠକ ଅନୁଷ୍ଠିତ ହୋଇଯାଇଛି ।WhatsApp Image 2022 06 29 at 7.43.49 PM କାଶୀନଗର ପଞ୍ଚାୟତ ସମିତି ର ବୈଠକ ଅନୁଷ୍ଠିତ

ସ୍ଥାୟୀ ସଭାପତି ଅଧ୍ୟକ୍ଷା ବାଲା ସାୟମ୍ମା ଙ୍କ ସଭାପତିତ୍ୱରେ କାଶୀନଗର ପଞ୍ଚାୟତ ସମିତି ର ଏହି ବୈଠକ ଆଦୃତ ହୋଇଥିଲା । ବିଡିଓ ଡ଼ା ଲକ୍ଷ୍ମୀ ପ୍ରସାଦ ସାହୁ, ଉପାଧ୍ୟକ୍ଷ ଏସ. କଲ୍ୟାଣୀ, ସହକାରୀ ଯନ୍ତ୍ରୀ ବିଶ୍ଵନାଥ ମହାରଣା, ଜୋନ୍ ୧ ଜିଲ୍ଲା ପରିଷଦ ସଭ୍ୟା ରକମ୍ ରାଜଲକ୍ଷ୍ମୀ, ସାଂସଦ ପ୍ରତିନିଧି ରକମ ସତିଶ ଙ୍କ ସହ ବିଭିନ୍ନ ପଞ୍ଚାୟତ ର ସରପଞ୍ଚ ଓ ସମିତି ସଭ୍ୟ ସଭ୍ୟା ଯୋଗ ଦେଇଥିଲେ ।

ଏତଦ୍ ବ୍ୟତୀତ ବିଭିନ୍ନ ଲାଇନ୍ ବିଭାଗ ର ଅଧିକାରୀ ମାନେ ଯୋଗ ଦେଇଥିଲେ । ବିଧାୟକ ଓ ଜିଲ୍ଲା ପରିଷଦ ୨ ବୈଠକ ରେ ଯୋଗ ଦେଇ ନଥିଲେ । ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ବିଦ୍ୟୁତ୍ ବିଭାଗ ଉପରେ ଆଲୋଚନା ହୋଇଥିଲା । ଏହି ବୈଠକ କୁ ବିଭିନ୍ନ ପ୍ରିଣ୍ଟ ଓ ଗଣ ମାଧ୍ୟମ ର ପ୍ରତିନିଧି ମଧ୍ୟ ଯୋଗ ଦେଇଥିଲେ ।

Popular Articles