ବୌଦ୍ଧ ତହସିଲ ର ତିନି କର୍ମଚାରୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା

0
115
ବୌଦ୍ଧ ତହସିଲ

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ, (୩୦/୬) : ବୌଦ୍ଧ ତହସିଲ ର ତିନି ଜଣ କର୍ମଚାରୀ ଗୋଟିଏ ଦିନରେ ଅବସର ଗ୍ରହଣ କରିଛନ୍ତି ।

ସୂଚନା ମୁତାବକ ବୌଦ୍ଧ ତହସିଲର ସଂସ୍ଥାପନା ଅଧିକାରୀ ଗୌରଚରଣ ପ୍ରଧାନ, ସଦର ରାଜସ୍ୱ ନିରୀକ୍ଷକ ଉମାକାନ୍ତ ସାହୁ ଓ ଡ୍ରାଇଭର ଗଙ୍ଗାଧର ବେହରା ଅବସର ଗ୍ରହଣ କରିଛନ୍ତି । ବୌଦ୍ଧ ତହସିଲ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ବିଦାୟକାଳୀନ ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରା, ବୌଦ୍ଧ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅବିନାଶ ପାଣ୍ଡିଆ, ତହସିଲଦାର ଦେବୀ ପ୍ରସାଦ ଦାଶ ଓ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହଙ୍କ ସମେତ ସମସ୍ତ ରାଜସ୍ୱ ନିରୀକ୍ଷକ, ଅତିରିକ୍ତ ରାଜସ୍ୱ ନିରୀକ୍ଷକ ଓ ତହସିଲ କାର୍ଯ୍ୟାଳୟ ର କର୍ମଚାରୀମାନେ ଉପସ୍ଥିତ ଥିଲେ ।

ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଦଳବେହେରା ଅବସର ଗ୍ରହଣ କରୁଥିବା କର୍ମଚାରୀମାନଙ୍କ ନିଷ୍ଠା ର ସହିତ ନିଜର ସରକାରୀ ଦାୟିତ୍ୱ ନିର୍ବାହ କରିଥିବାରୁ କୃତଜ୍ଞତା ଜଣାଇବା ସହିତ ଅବସର ପରେ ସୁସ୍ଥ ଓ ନିରୋଗ ଜୀବନ କାମନା କରିଥିଲେ ।