ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

0
129
ମହାବିଦ୍ୟାଳୟ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, ତା (୧/୭) : ତା ୦୧/୦୭/୨୦୨୨ ରିଖ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡକ୍ଟର ବାମଦେବ ମିଶ୍ରଙ୍କ ଚାକିରି କାଳ ଶେଷ ହେବା ପରେ ତାଙ୍କୁ ମହାବିଦ୍ୟାଳୟରେ ଅବସର କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି ।

ଡକ୍ଟର ସୂର୍ଯ୍ୟ ନାରାୟଣ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ମହାବିଦ୍ୟାଳୟ ର ସମସ୍ତ ଅଧ୍ୟାପକ ଅଧ୍ୟାପିକା, ପ୍ରାଧ୍ୟାପକ ତଥା ଅନ୍ୟାନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ । ଡକ୍ଟର ବାମଦେବ ମିଶ୍ର ପ୍ରଥମେ ୧୧/୦୯/୧୯୮୫ ରେ ଅଧ୍ୟାପକ ଭାବରେ ଚିକିଟି ମହାବିଦ୍ୟାଳୟରୁ ନିଜର କର୍ମମୟ ଜୀବନ ଆରମ୍ଭ କରିଥିଲେ ଏବଂ ୩୦/୦୬/୨୦୨୨ ରେ ଗୁଣପୁର ମହାବିଦ୍ୟାଳୟରୁ ଅଧ୍ୟକ୍ଷ ଭାବରେ ଅବସର ଗ୍ରହଣ କରିଛନ୍ତି ।

ଦୀର୍ଘ ୩୬ ବର୍ଷ ୯ ମାସ ୧୯ ଦିନ ସେବାରେ ରହି ସେ ସେବାରୁ ନିବୃତ୍ତ ହୋଇଛନ୍ତି । ପ୍ରାଧ୍ୟାପକ ଡକ୍ଟର ନୀଳମାଧବ ଦାଶ, ପ୍ରାଧ୍ୟାପକ ଶଶିଭୂଷଣ ମହାନ୍ତି, ପ୍ରାଧ୍ୟାପକ ରାମଚନ୍ଦ୍ର ପଣ୍ଡା, ଡକ୍ଟର ସୂର୍ଯ୍ୟ ନାରାୟଣ ପଣ୍ଡା, ପ୍ରାଧ୍ୟାପକ ଶ୍ରୀଯୁକ୍ତ ନିରଞ୍ଜନ ଚାନ୍ଦ, ଡକ୍ଟର ଜୱାହାରଲାଲ ଚୌଧୁରୀ, ଅଧ୍ୟାପକ ଅମୀୟ ରଞ୍ଜନ ମହାନ୍ତି, ଡକ୍ଟର ସତ୍ୟବାନ ଗରଡ଼ା, ଅଧ୍ୟାପକ ଜଗନ୍ନାଥ ଦୀପ୍, ଅଧ୍ୟାପକ ଡୋଳାମଣି କୁମ୍ଭାର, ଅଧ୍ୟାପିକା ଦେବୀଶ୍ରୀ ମହାପାତ୍ର, ଅଧ୍ୟାପିକା ନମିତା ମୁଦୁଲି ତଥା ଖେଳ ଶିକ୍ଷକ ଶ୍ରୀଯୁକ୍ତ ଦେବ ପ୍ରସାଦ ପାଢ଼ୀ, ଶ୍ରୀଯୁକ୍ତ ଗଣପତି ଶବର ପ୍ରମୁଖ ନିଜ ନିଜର ଅନୁଭୂତି ସବୁ ପ୍ରକାଶ କରି ଡକ୍ଟର ବାମଦେବ ମିଶ୍ରଙ୍କ କୃତିତ୍ତ୍ୱ ଓ ଗୁଣଗାନ କରିଥିଲେ ।

ଏହି ସଭାରେ ଡକ୍ଟର ବାମଦେବ ମିଶ୍ରଙ୍କୁ ପୁଷ୍ପଗୁଚ୍ଛ, ମାନପତ୍ର ସହିତ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ପ୍ରାଧ୍ୟାପକ ଜି. ମହେଶ୍ଵର ରାଓ ଧନ୍ୟବାଦ ଅର୍ପଣ କରିଥିଲେ । ଡକ୍ଟର ବାମଦେବ ମିଶ୍ରଙ୍କ ପରେ ଡକ୍ଟର ସୂର୍ଯ୍ୟ ନାରାୟଣ ପଣ୍ଡା ମହାବିଦ୍ୟାଳୟ ର ନୂତନ ଅଧ୍ୟକ୍ଷ ଭାବରେ ଦାୟିତ୍ୱ ଗ୍ରହଣ କଲେ । ଏହି ଅବସରରେ ଡକ୍ଟର ପଣ୍ଡାଙ୍କୁ ଅଭିନନ୍ଦନ ଜ୍ଞାପନ କରାଯାଇଥିଲା ।