ଆଵାସ ଯୋଜନା ଅପେକ୍ଷାରେ ଜଗତ ର ନାଥ ଜଗନ୍ନାଥଙ୍କ ମାଉସୀ

0
393
ଆଵାସ ଯୋଜନା ଅପେକ୍ଷାରେ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, ତା (୧/୭) : ସରକାରଙ୍କ ଜନହିତକର ଯୋଜନା ଭାରି ନିଆରା । ଗରିବ ଗୁରୁବା ଏବଂ ଅସହାୟଙ୍କ ପାଇଁ ମାଳ ମାଳ ଯୋଜନା କରୁଛନ୍ତି ସରକାର । କିନ୍ତୁ ଜଗତ ର ନାଥ ଜଗନ୍ନାଥଙ୍କ ମାଉସୀ ମାଁ ଙ୍କ ମନ୍ଦିର ଏବେ ବି ଆଵାସ ଯୋଜନା ଅପେକ୍ଷାରେ ।WhatsApp Image 2022 07 01 at 1.09.49 PM ଆଵାସ ଯୋଜନା ଅପେକ୍ଷାରେ ଜଗତ ର ନାଥ ଜଗନ୍ନାଥଙ୍କ ମାଉସୀ

ସରକାରଙ୍କ ଜନହିତକର ଯୋଜନା ଯଥା, ଖାଦ୍ୟ ସୁରକ୍ଷା ଯୋଜନାରେ ଚାଉଳ, ବାର୍ଦ୍ଧକ୍ୟ ଅବସ୍ଥାରେ ଭତ୍ତା, ଵିଧବା ମାନଙ୍କୁ ଭତ୍ତା ଓ ଵାସହରାଙ୍କ ପାଇଁ ଆବାସ ଯୋଜନାରେ ଘର ପ୍ରଦାନ କରାଯାଉଛି । କିନ୍ତୁ ବର୍ଷ ବର୍ଷ ହେଲା ଏହି ଆବାସ ଯୋଜନାରେ ସାମିଲ ହେବା ପାଇଁ ସଂଘର୍ଷ ଜାରି ରଖିଛନ୍ତି ଖୋଦ ଜଗତ ର ନାଥ ଜଗନ୍ନାଥଙ୍କ ମାଉସୀ ।

ପ୍ରଭୁ ଜଗନ୍ନାଥଙ୍କ ଘୋଷଯାତ୍ରା ଆସିଲେ ଚଳଚଞ୍ଚଳ ହୋଇଉଠେ ଗୁଣପୁର ଅଞ୍ଚଳ । କେତେ ଅଫିସର, ସ୍ୱେଚ୍ଛାସେବୀ ଠାରୁ ଆରମ୍ଭ କରି ରାଜନେତା ମାନେ ଲାଗିପଡନ୍ତି ରଥଯାତ୍ରା ବିଭିନ୍ନ କାର୍ଯ୍ୟକ୍ରମରେ । କିନ୍ତୁ ନଅ ଦିନ ପାଇଁ ପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରା ବଡ଼ଦେଉଳ ରତ୍ନ ସିଂହାସନ ଛାଡ଼ି ଭକ୍ତକୁ ମୋକ୍ଷ ଦେବାପାଇଁ, ଯେଉଁ ଲିଳା ଖେଳା କରିବାକୁ ମାଉସି ଘରକୁ (ଗୁଣ୍ଡିଚା ମନ୍ଦିର) ଯାଆନ୍ତି, ସେହି ହତଭାଗ୍ୟ ମାଉସୀ ଏଵେ ଭଙ୍ଗା କୁଡିଆରେ ।

ଖରାଦିନେ ମାଉସୀ ର ଘର ଵିନା ବିଜୁଳି ଆଲୋକରେ ଆଲୋକିତ ହେଉଥିବା ବେଳେ ବର୍ଷା ଦିନ ହେଲେ ମାଉସୀ ବର୍ଷାରେ ଓଦା ହୋଇ ଶୋଇପାରୁ ନାହିଁ । କିନ୍ତୁ ବର୍ତ୍ତମାନ ପ୍ରଭୁ ଜଗନ୍ନାଥଙ୍କ ରହିବାପାଇଁ ପ୍ରଶାସନ ମାଉସୀଙ୍କ ଘର ଛାତକୁ କଳାରଙ୍ଗର ପାଲ ଢାଙ୍କି ଦେଇଛନ୍ତି ଓ ପବନରେ କାଳେ ପାଲ ଉଡିଯିଵ ସେଥିପାଇଁ ବାଉଁଶ ଦ୍ଵାରା ଶକ୍ତଭାଵେ ବାନ୍ଧି ଦିଆଯାଇଛି ।WhatsApp Image 2022 07 01 at 1.09.49 PM 1 ଆଵାସ ଯୋଜନା ଅପେକ୍ଷାରେ ଜଗତ ର ନାଥ ଜଗନ୍ନାଥଙ୍କ ମାଉସୀ

ସୂଚନା ଅନୁସାରେ ନଅ ଦିନ ଯାତ୍ରା ସରିଯିବା ପରେ ମାଉସୀ ଘର ଉପରୁ ପାଲ କାଢି ଦିଆଯିଵ ଏବଂ ପାଲକୁ ସାଇତି ରଖାଯିବ ଆଗାମୀ ଘୋଷଯାତ୍ରା ପାଇଁ । ବା8 ବା8 ରେ ସରକାର, ଧନ୍ୟ ତୋର ପାରିଵାପଣିଆ । ଯେଉଁଠି ନିଜେ ଜଗତର ନାଥ ଜଗନ୍ନାଥ ମୌଳିକ ସୁଵିଧାରୁ ବଞ୍ଚିତ ସେଠି ଏ ଗରିବ ଗୁରୁବାଙ୍କୁ ପଚାରେ କିଏ ? ଏଠାରେ ପ୍ରଶ୍ନ ଉଠେ ଯେ, କ’ଣ ପ୍ରଶାସନ ପାଖରେ ମାଉସୀ ମାଁ ମନ୍ଦିର ଛାତ ସଜାଡିବାକୁ ସମୟ ନାହିଁ ? ନା ଅଫିସର ବାବୁ ମାନଙ୍କ ଇଚ୍ଛାଶକ୍ତି ର ଅଭାବ ? ଯେଉଁଠି 5T ସ୍କୁଲ ସଜାଡିବାକୁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି, ପ୍ରମୋଦ ଉଦ୍ୟାନ ନିର୍ମାଣ ପାଇଁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ କରାଯାଉଛି ସେପରି ସ୍ଥଳେ ୪୦୦ ବର୍ଷ ର ଐତିହ ଵହନ କରୁଥିବା ଏହି ମାଉସୀ ମାଁ ମନ୍ଦିର ପ୍ରତି ସରକାର ଓ ପ୍ରଶାସନ ର ଏପରି ବୈମାତୃକ ମନୋଭାବ କାହିଁକି ?

ମାଉସୀ ମାଁ ମନ୍ଦିର ର ଦୂରାବସ୍ଥା ଦେଖିଲେ ମନେହୁଏ ସତେ ସେ ମାଉସୀ ମାଁ ନୁହଁ ସାବତ ମାଁ । ଏ ବର୍ଷ ମଧ୍ୟ ଚିରାଚରିତ ଢଙ୍ଗରେ ମାଉସୀ ମାଁ ମନ୍ଦିର ଭଗ୍ନ କାନ୍ଥରେ ନୂଆ ରଙ୍ଗ ଦିଆଯାଇଛି । ଜଗନ୍ନାଥ କାଳେ ବର୍ଷରେ ଓଦା ହୋଇଯିଵେ କି ଖରା ପଡି ଶ୍ରୀ ଅଙ୍ଗ ମଳିନ ପଡିଯିଵ ସେଥିପାଇଁ ମାଉସୀ ଘର ଛାତକୁ ପାଲ ଢଙ୍କା ଯାଇଛି ।

ତେବେ କେଵେ ପ୍ରଭୁ ଜଗତ ର ନାଥ ଜଗନ୍ନାଥଙ୍କ କରୁଣାରୁ ସରକାର ଓ ପ୍ରଶାସନ ର ବୁଦ୍ଧି ଉଦୟ ହେଵ ଓ ଏହି ହତଭାଗ୍ୟ ମାଉସି ଆବାସ ଯୋଜନାରେ ଛାତ ଖଣ୍ଡିଏ ପାଇବାକୁ ସମର୍ଥ ହେବେ ଦେଖିବାକୁ ବାକି ରହିଲା ।