ମଦନ ମୋହନ ମନ୍ଦିର ରେ ଥିବା ପୁରୁଣା ଜଗନ୍ନାଥ ମୂର୍ତ୍ତି ଙ୍କୁ ପାତାଳୀ ଉତ୍ସଵ

0
182
ମଦନ ମୋହନ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୦୨/୦୭) : ଗଜପତି ଜିଲ୍ଲା ଅନ୍ତର୍ଗତ କାଶୀନଗର ସହରରେ ଥିବା ଶ୍ରୀ ମଦନ ମୋହନ ମନ୍ଦିର ରେ ଭଗ୍ନ ଥିବା ଜଗନ୍ନାଥ ମୂର୍ତ୍ତିଙ୍କୁ ପାତାଳୀ କରାଯାଇଛି ।WhatsApp Image 2022 07 02 at 10.03.10 AM 1 ମଦନ ମୋହନ ମନ୍ଦିର ରେ ଥିବା ପୁରୁଣା ଜଗନ୍ନାଥ ମୂର୍ତ୍ତି ଙ୍କୁ ପାତାଳୀ ଉତ୍ସଵ

ପ୍ରକାଶ ଥାଉ କି ଶ୍ରୀ ମଦନ ମୋହନ ମନ୍ଦିର ଅତି ପୁରାତନ ଅଟେ । ଏହି ମନ୍ଦିରରେ ମଦନମୋହନ, ରାଧାରାଣୀ ଓ ଗୌରାଙ୍ଗ ଙ୍କ ମୂର୍ତ୍ତି ପୂଜା ପାଇ ଆସୁଛନ୍ତି । ପାର୍ଶ୍ଵ ରେ ଶ୍ରୀ ଜଗନ୍ନାଥ ଙ୍କ ମୂର୍ତ୍ତି ପୂଜା ପାଇ ଆସୁଥିଲେ କୌଣସି କାରଣ ରୁ ଏହା ଭଗ୍ନ ଅବସ୍ଥା ଦେଖି ମନ୍ଦିର ପରିଚାଳନା କମିଟି ପୁରୀ ରୁ ଏକ ଜଗନ୍ନାଥ ମୂର୍ତ୍ତୀ ଆଣି ପ୍ରତିଷ୍ଠା କଲେ, ପୁରୁଣା ଭଗ୍ନ ମୂର୍ତ୍ତି ଙ୍କୁ ପାତାଳୀ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ କମିଟି ର ଟ୍ରଷ୍ଟି ମାନେ ଗୌରାଙ୍ଗ ପାତ୍ର, ବାଞ୍ଛାନିଧି ପାତ୍ର, ମଦନମୋହନ ପାତ୍ର, ଗୋପୀନାଥ ପାତ୍ର, ଜଗଦୀଶ ପାତ୍ର, ଗୋପାଳ ପାତ୍ର ଯୋଗ ଦେଇ ଏହି ଉତ୍ସଵ କୁ ପରିଚାଳନା କରିଥିଲେ ।