ଦୁଇ ବର୍ଷ ବ୍ୟବଧାନରେ ଗୁଣପୁରରେ ଅନୁଷ୍ଠିତ ହେଲା ମହାପ୍ରଭୁଙ୍କ ଘୋଷଯାତ୍ରା

0
215
ଦୁଇ ବର୍ଷ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, ତା (୧/୭) : ଦିର୍ଘ ଦୁଇ ବର୍ଷ କାଳ କରୋନା ଯୋଗୁଁ ବନ୍ଦ ରହିଥିବା ମହାପ୍ରଭୁଙ୍କ ଘୋଷଯାତ୍ରା ଏ ଵର୍ଷ ବଡ ଜାକଜମକରେ ଅନୁଷ୍ଠିତ ହୋଇଯାଇଛି । ଠିକ୍ ସମୟରେ ପ୍ରଭୁଙ୍କର ସବୁ ନୀତିକାନ୍ତି ସମାପ୍ତ ହେବା ପରେ ପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ପହଣ୍ଡି ବିଜେ ହୋଇଥିଲା ।

ଦୁଇ ବର୍ଷ ବ୍ୟବଧାନରେ ଗୁଣପୁରରେ ଅନୁଷ୍ଠିତ ହେଲା ମହାପ୍ରଭୁଙ୍କ ଘୋଷଯାତ୍ରା । ଗୁଣପୁର ର ରଥଯାତ୍ରା ଏକ ସ୍ୱତନ୍ତ୍ରତା ରହିଛି । ଏଠାରେ ଦୁଇ ରଥରେ ଛଅ ଠାକୁର ପୂଜା ପାଆନ୍ତି । ମହିଳା ମାନେ ସ୍ୱତନ୍ତ୍ର ଭାବେ ଏକ ରଥ ଟାଣିବା ପରମ୍ପରା ଏହି ଘୋଷଯାତ୍ରା ର ସ୍ୱତନ୍ତ୍ରତା ଵହନ କରେ । ଆଦିବାସୀ ସଂସ୍କୃତି ର ଛାପ ସହ ପାରମ୍ପରିକ ନୀତିକାନ୍ତି ଏଠାକାର ରଥଯାତ୍ରା ର ପ୍ରମୁଖ ଆକର୍ଷଣ । ଏଠାରେ ଦୁଇଟି ରଥ ଲାଗି ଦୁଇ ଗୋଟି ଗୁଣ୍ଡିଚା ମନ୍ଦିର ରହିଛି । ଗୁଣପୁର ଜଗନ୍ନାଥ ମନ୍ଦିର ଐତିହ ୪୦୦ ବର୍ଷ ପୂରୁଣା । କିନ୍ତୁ ଏଠାରେ ୧୫୦ ଵର୍ଷ ହେଲା ରଥଯାତ୍ରା ହେଉଥିବାର ଜନଶୃତିରୁ ଜଣାଯାଏ ।

ଵର୍ଷ ବର୍ଷ ଧରି ଦୁଇ ରଥକୁ ପୁରୁଷ ମାନେ ଟାଣୁଥିଲେ । କିନ୍ତୁ ୨୦୦୬ ମସିହାରୁ ଏହି ନିୟମକୁ ଵଦଳାଇ ସାନ ରଥକୁ କେଵଳ ମହିଳାମାନେ ଟାଣୁଛନ୍ତି । ରାଜା ଶାସନ କାଳରୁ ଜୟପୁର ମହାରାଜା ବିକ୍ରମ ଦେବଙ୍କ ପରିଚାଳନାରେ ତାଙ୍କ ଗୁମାସ୍ତାଙ୍କ ତତ୍ୱାବଧାନରେ ଦୁଇ ରଥ ନିର୍ମାଣ ସହ ଯାତ୍ରା ପରିଚାଳନା ହେଉଥିଲା । ଏଵେ ଏହି ପରିଚାଳନା ଦାୟିତ୍ଵ ଦେବୋତ୍ତର ବିଭାଗ ହାତରେ ରହିଛି ।

ଏହି ଯାତ୍ରାରେ ଆଦିବାସୀଙ୍କ ସମେତ ବିଭିନ୍ନ ଧର୍ମାବଲମ୍ବୀଙ୍କ ମିଳନ ଦେଖିବାକୁ ମିଳିଥାଏ । କରୋନା କଟକଣା ନଥିବାରୁ ଏ ଵର୍ଷ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା । ଯାତ୍ରାକୁ ସୁଚାରୁରୂପେ ପରିଚାଳନା କରିବା ପାଇଁ ପୋଲିସ ବାହିନୀ, ପ୍ରଶାସନ, ଅଗ୍ନିଶମ ବିଭାଗ, ମେଡିକାଲ କର୍ମଚାରୀ, ଏନ୍ ସି ସି କ୍ୟାଡେଟ, ଆଦିତ୍ୟ ବାହିନୀ, ଦେବୋତ୍ତର ବିଭାଗ ସହ ବହୁ ସ୍ଵେଚ୍ଛାସେବୀ ଅନୁଷ୍ଠାନ ସହଯୋଗ କରିଥିଲେ ।