ସାରା ଦେଶରେ ଆଜିଠୁ ସିଙ୍ଗଲ ୟୁଜ ପ୍ଲାଷ୍ଟିକ ବ୍ୟାନ

0
151
ସାରା ଦେଶରେ ଆଜିଠୁ

ରିପୋର୍ଟ : ରାମନାଥ ଗନ୍ତାୟତ
ଭୁବନେଶ୍ୱର, (୦୨/୦୭) : ପ୍ରଦୂଷଣ ନିୟନ୍ତ୍ରଣ ପାଇଁ କେନ୍ଦ୍ର ସରକାରଙ୍କ କଡା ପଦକ୍ଷେପ । ସାରା ଦେଶରେ ଆଜିଠୁ ସିଙ୍ଗଲ ୟୁଜ ପ୍ଲାଷ୍ଟିକ ବ୍ୟାନ

ସାରା ଦେଶରେ ଆଜିଠୁ ପ୍ଲାଷ୍ଟିକ ପତାକା, ଷ୍ଟ୍ର, କପ୍, ପ୍ଲେଟ ସମେତ ୧୯ ଟି ସାମଗ୍ରୀ ଉପରେ ଲାଗିଲା କଟକଣା । ତିଆରି କିମ୍ବା ବିକ୍ରି କଲେ ୭ ବର୍ଷ ଜେଲ ଦଣ୍ଡ, ଏକ ଲକ୍ଷ ଟଙ୍କାର ଜରିମାନା । ଏକକ ବ୍ୟବହାରଯୋଗ୍ୟ ପଲିଥିନ୍‌ ଉତ୍ପାଦନ, ଆମଦାନି, ମହଜୁଦ, ବିକ୍ରି, ବଣ୍ଟନ ଓ ବ୍ୟବହାର ନିଷିଦ୍ଧ କରାଯାଇଛି ।

ଏହି ନିଷିଦ୍ଧ ପ୍ଲାଷ୍ଟିକ୍‌ ତାଲିକାରେ ପ୍ଲାଷ୍ଟିକ୍‌ ଚାମଚ, ବେଲୁନ୍‌ ପାଇଁ ବ୍ୟବହାର ହେଉଥିବା ଷ୍ଟିକ୍‌, ଆଇସ୍‌କ୍ରିମ୍‌ ଷ୍ଟିକ୍‌, ପ୍ଲାଷ୍ଟିକ୍‌ ଛୁରି, ମିଠା ପ୍ୟାକ୍‌ କରିବାକୁ ବ୍ୟବହାର ହେଉଥିବା ପଲିଥିନ୍‌, ଥର୍ମକୁଲ୍‌, ସିଗାରେଟ୍‌ ପ୍ୟାକେଟ୍‌, ପିଭିସି ପାଇପ୍‌, ପ୍ଲାଷ୍ଟିକ୍‌ ଗ୍ଲାସ୍ ଓ କପ୍‌, ଡେକୋରେସନ ପାଇଁ ବ୍ୟବହୃତ ରଙ୍ଗବେରଙ୍ଗ ପଲିଥିନ୍‌, ଷ୍ଟ୍ର, ଟ୍ରେ, ପ୍ଲେଟ୍‌ ପ୍ରଭୃତି ରହିଛି । ଏ ସବୁ ବ୍ୟବହାର ଉପରେ କାର୍ଯ୍ୟାନୁଷ୍ଠାନ ହେବ । ସେଣ୍ଟ୍ରାଲ ଟିମ୍‌ସହ ଜୋନ୍‌ ଗୁଡ଼ିକ ମଧ୍ୟ ଟିମ୍‌ କରି ଚଢ଼ଉ କରିବେ । ମାସକୁ ଏକ ଟାର୍ଗେଟ୍‌ ଧାର୍ଯ୍ୟ ହେବ । ପ୍ରତିଟି ଅଞ୍ଚଳକୁ ଟାର୍ଗେଟ୍‌ କରାଯାଇ ଏନ୍‌ଫୋର୍ସମେଣ୍ଟ ହେବ ।

ବ୍ୟବସାୟୀଙ୍କ ସହ ଯେଉଁମାନେ ଏଭଳି ପଲିଥିନ୍‌ ସାହାଯ୍ୟରେ ବିଭିନ୍ନ ଜିନିଷ ନେବେ ସେମାନଙ୍କ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେବ । ଏଣୁ ବଜାରରୁ ମିଳୁଥିବା ପଲିଥିନ୍‌ ନ ନେଇ ମାର୍କେଟିଂ ବେଳେ ନିଜ ନିଜ ବ୍ୟାଗ୍‌ ବ୍ୟବହାର କରିବାକୁ ବିଏମ୍‌ସି ପରାମର୍ଶ ଦେଇଛି । ପୂର୍ବରୁ ଏଭଳି କଟକଣା ଜାରି ହୋଇଥିଲା । ହେଲେ କେହି ଶୁଣିନଥିଲେ । ବ୍ୟବସାୟୀ ବିଭିନ୍ନ ଜିନିଷ ବିକ୍ରି କରିବାକୁ ପଲିଥିନ୍‌ ମାଗଣାରେ ଦେଉଥିଲେ । ଲୋକମାନେ ମଧ୍ୟ ସଚେତନ ହେଉ ନଥିଲେ । ଫଳରେ ଥରେ ବ୍ୟବହାର କରି ଏହି ପଲିଥିନ୍‌କୁ ଫିଙ୍ଗି ଦେବା ପରେ ଭୟଙ୍କର ପରିମଳ ସମସ୍ୟା ସୃଷ୍ଟି ହେଉଥିଲା ।