ବିଶ୍ୱକର୍ତ୍ତା ମହାପ୍ରଭୁ ଙ୍କ ମହା ପ୍ରସାଦକୁ ନେଇ ଭକ୍ତ ଅସନ୍ତୋଷ

0
348
ବିଶ୍ୱକର୍ତ୍ତା ମହାପ୍ରଭୁ

ରିପୋର୍ଟ : ଗୋପୀନାଥ ଗୌଡ଼ //
ରାୟଗଡ଼ା, (୦୨/୦୭) : ବିଶ୍ୱକର୍ତ୍ତା ମହାପ୍ରଭୁ ଶ୍ରୀ ଜଗନ୍ନାଥ ଭାଇଭଉଣୀ ଙ୍କୁ ସାଥିରେ ନେଇ ଆଡ଼ପବେଦୀରୁ ବିଜେ କରିଛନ୍ତି ଜନ୍ମ ବେଦୀରେ । ମାଉସୀ ଗୁଣ୍ଡିଚାରାଣୀଙ୍କ କଥା ରଖି ପ୍ରଭୁ ନଅ ଦିନ ଧରି ନବଦିନାତ୍ମକ ଦଶବତାର ଲୀଳା ସମ୍ଭାରଣ କରିବେ ।3d3fa828 b825 40b1 9b85 8946211b0f7e ବିଶ୍ୱକର୍ତ୍ତା ମହାପ୍ରଭୁ ଙ୍କ ମହା ପ୍ରସାଦକୁ ନେଇ ଭକ୍ତ ଅସନ୍ତୋଷ

ସେହି ନୀତି ଅନୁଯାୟୀ ବିଶ୍ୱକର୍ତ୍ତା ମହାପ୍ରଭୁ ଆଜି ମତ୍ସ ଅବତାର ରେ ଅବତାରଣ ହୋଇଛନ୍ତି । ମାନ୍ୟତା ଅଛି ଗୁଣ୍ଡିଚାବେଦୀରେ ଶ୍ରୀ ଜଗନ୍ନାଥଙ୍କୁ ଏହି ଦଶବତାରରେ ଦର୍ଶନ କଲେ କୋଟୀଜନ୍ମର ପାପ ବିମୋଚନ ହୋଇଥାଏ । ଦୀର୍ଘ ଦୁଇ ବର୍ଷ ର ଅପେକ୍ଷା ପରେ ରାୟଗଡ଼ା ବାସିନ୍ଦା ଏହି ଶୁଭ ଅବସର ପ୍ରାପ୍ତ କରିଥିବାରୁ ଚଳିତ ବର୍ଷ ର ରଥଯାତ୍ରା ଅଧିକ ଭକ୍ତରଣ୍ୟ ହୋଇଛି । ପ୍ରଶାସନ ପକ୍ଷରୁ ରୁ ମଧ୍ୟ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଭଳିକି ଭଳି ପସରା ଦୋକାନ ବଜାରରେ ରାୟଗଡ଼ା ମୁଖ୍ୟ ବଜାର ମହକି ଉଠୁଛି ।bdb5f00c aed0 4c88 8058 278ae21b834c ବିଶ୍ୱକର୍ତ୍ତା ମହାପ୍ରଭୁ ଙ୍କ ମହା ପ୍ରସାଦକୁ ନେଇ ଭକ୍ତ ଅସନ୍ତୋଷ

କିନ୍ତୁ, ଏତେସବୁ ଆନନ୍ଦ ଉଲ୍ଲାସ ଓ ଉତ୍ସାହ ଭିତରେ ଭକ୍ତ ଟିକିଏ ନିରୁତ୍ସାହ ହୋଇଥିଲେ । ଜଗନ୍ନାଥଙ୍କ ଯାତ୍ରାର ମୁଖ୍ୟ ଆକର୍ଷଣ ତଥା ଭକ୍ତ ଙ୍କ ଆଶାଥାଏ ମହାପ୍ରସାଦ ଉପରେ । କିନ୍ତୁ ନିର୍ଦ୍ଧାରିତ ମୂଲ୍ୟ ଦେଇ ସୁଦ୍ଧା ଭକ୍ତ ଆଶାନୁରୂପ ମହାପ୍ରସାଦ ପାଇପାରି ନଥିଲେ । ବିଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ଅବଢ଼ା ର ମୂଲ୍ୟ ଦ୍ଵିଗୁଣୀତ ହୋଇଥିବା ସତ୍ୱେ ପ୍ରବଳ ଭକ୍ତଙ୍କ ଧାଡି ଦେଖିବାକୁ ମିଳିଥିଲା । ବିଡ଼ମ୍ବନା ଏୟା ଥିଲା କି ବହୁତ ଭକ୍ତ ଟିକଟ ନପାଇ ନିରାଶ ହୋଇଥିଲେ । ଆଉ ଯେଉଁମାନେ ଅବଢ଼ା ପାଇଥିଲେ ଅବଢ଼ାର ପରିମାଣ କମ ଦେଖି ନିରୁତ୍ସାହିତ ହୋଇଥିଲେ । ୮୦ ଟଙ୍କା ମୂଲ୍ୟ ନିର୍ଦ୍ଧାରିତ କରି ମଧ୍ୟ ଅବଢ଼ାରେ ନା ଥିଲା ଡାଲି ନା ତରକାରୀ, ମାତ୍ର ଦୁଇଟି ସାରୁଫଳରେ ଭକ୍ତ ନିଜକୁ ସନ୍ତୁଷ୍ଟ କରିବାକୁ ପଡିଥିଲା ।

ଦେବତ୍ତର ବିଭାଗ ତରଫରୁ ମହାପ୍ରସାଦ ବିକ୍ରୟ କୁ ନେଇ କୌଣସି ସୁ-ବ୍ୟବସ୍ଥା ଦେଖିବାକୁ ମିଳିନଥିଲା । ଆଗାମୀ ଦିନଗୁଡ଼ିକରେ ପ୍ରବଳ ମାତ୍ରାରେ ଭକ୍ତ ସମାଗମ ର ସୂଚନା ରହିଥିବା ବେଳେ ଜନସାଧାରଣ ଙ୍କ ମନସ୍ଥିତିକୁ ଦୃଷ୍ଟିରେ ରଖି ମହାପ୍ରସାଦ ର ମାନ ଓ ପରିମାଣ ପ୍ରତି ଦେବତ୍ତର ବିଭାଗ ଟିକିଏ ସଚେତନ ଧ୍ୟାନ ଦେବା ଜରୁରୀ ବୋଲି ଭକ୍ତଗଣଙ୍କ ତରଫରୁ ସାଧାରଣ ରେ ଦାବି ହୋଇଛି ।