Thursday, March 28, 2024

Top 5 This Week

Related Posts

ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଲେ ଜୁନାଗଡ ର ପ୍ରଚେତା ପଣ୍ଡା

ରିପୋର୍ଟ : ଦେବଦତ୍ତ ପଣ୍ଡା
କଳାହାଣ୍ଡି, (୦୨/୦୭) : ପ୍ରଭୁ ବଳଭଦ୍ର, ମାଁ ସୁଭଦ୍ରା ଓ ଜଗନ୍ନାଥ ମହାପ୍ରଭୁ ଙ୍କର ଉଚ୍ଚତମ ସୁନ୍ଦର ପଟ୍ଟ ଚିତ୍ର ତିଆରି କରି ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଛନ୍ତି ଜୁନାଗଡ଼ ର ପ୍ରଚେତା ପ୍ରଜ୍ଞା ପଣ୍ଡା (ଶ୍ରେୟା) l

ସେ ୧୪ ଇଞ୍ଚ ଲମ୍ବ ଓ ୧୮ ଇଞ୍ଚ ଚଉଡା ବିଶିଷ୍ଟ ଏହି ପଟ୍ଟ ଚିତ୍ର ଆଙ୍କିଛନ୍ତି ଯାହା କି ଇଣ୍ଡିଆ ବୁକ ଅଫ ରେକର୍ଡ ରେ ସବୁଠୁ ଉଚ୍ଚତମ ପଟ୍ଟ ଚିତ୍ର l ପ୍ରଚେତା ହେଉଛନ୍ତି ପୂର୍ବତନ ଇ ଟିଭି ଜିଲ୍ଲା ପ୍ରତିନିଧି ତଥା ବର୍ତ୍ତମାନ ବଡ଼ ଖବର ପ୍ରତିନିଧି ଶ୍ରୀ ପ୍ରଶାନ୍ତ ପଣ୍ଡା ଙ୍କ ଏକମାତ୍ର କନ୍ୟା l ସୁନ୍ଦର ପଟ୍ଟ ଚିତ୍ର ଆଙ୍କି ଇଣ୍ଡିଆ ବୁକଅଫ ରେକର୍ଡରେ ସ୍ଥାନ ପାଇଥିବାରୁ ତାଙ୍କୁ ଜିଲ୍ଲା ର ବିଭିନ୍ନ ସ୍ଥାନ ରୁ ପ୍ରଶଂସା ର ସୁଅ ଛୁଟୁଛି l

ଭବିଷ୍ୟତରେ ଏହିଭଳି ପଟ୍ଟ ଚିତ୍ର ଆଙ୍କି ଗିନିସ ବୁକ ଅଫ ୱାର୍ଲଡ ରେକର୍ଡରେ ସ୍ଥାନ ପାଇବା ପାଇଁ ଲକ୍ଷ୍ୟ ରଖିଛନ୍ତି l ଏହି ରେକର୍ଡ ର ଅଧିକାରୀ ହୋଇଥିବାରୁ ପ୍ରଚେତା ଙ୍କୁ ଜୁନାଗଡ଼ ସାମ୍ବାଦିକ ସଂଘ ତରଫ ରୁ ମଧ୍ୟ ଶୁଭେଚ୍ଛା ଜଣେଇଛନ୍ତି l

Popular Articles