ଉଦୟପୁର ହତ୍ୟାକାଣ୍ଡରେ ବଡ଼ ଖୁଲାସା : କହ୍ନୈୟାଲାଲଙ୍କୁ ହତ୍ୟା କରିବାକୁ ପାକିସ୍ତାନରୁ ଆସିଥିଲା ଅଡର୍

0
197
ଉଦୟପୁର

ରିପୋର୍ଟ : ରାମନାଥ ଗନ୍ତାୟତ
ନୂଆଦିଲ୍ଲୀ/ଉଦୟପୁର, (୦୩/୦୭) : ଉଦୟପୁର ର କହ୍ନୈୟାଲାଲ ହତ୍ୟାକାଣ୍ଡ ଏକ ବଡ଼ ଖୁଲାସା ହୋଇଛି । ଅଭିଯୁକ୍ତ ଗୌସ ଓ ରିୟାଜଙ୍କୁ ପାକିସ୍ତାନରେ ଥିବା ତାଙ୍କୁ ଗୁରୁ ହିଁ ହତ୍ୟା ପାଇଁ ଆଦେଶ ଦେଇଥିଲେ ।

ଉଦୟପୁର ହତ୍ୟାକାଣ୍ଡରେ ବଡ଼ ଖୁଲାସା ! ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ହତ୍ୟା ପରେ ହ୍ୱାଟ୍ସଆପ ଗ୍ରୁପରେ ଏକ ମେସେଜ୍ କରାଯାଇଥିଲା । ସେଥିରେ ଲେଖାଥିଲା କି, ଦିଆଯାଇଥିବା କାମ ପୂରା ହୋଇଛି । ଏହି ହ୍ୱାଟ୍ସଆପ ଗ୍ରୁପରେ ପାକିସ୍ତାନ ର କିଛି ଲୋକ ମଧ୍ୟ ସାମିଲ ଥିଲେ ।

ସୂଚନା ଅନୁସାରେ, ପାକିସ୍ତାନରେ ଥିବା ଗୁରୁଙ୍କ ନିର୍ଦ୍ଦେଶ ଅନୁସାରେ ଉଭୟ ଅଭିଯୁକ୍ତ ଧାରୁଆ ଅସ୍ତ୍ର ତିଆରି କରିଥିଲେ ଓ ଗୋଟିଏ ଆକ୍ରମଣରେ ମୁଣ୍ଡ ଗଣ୍ଡି ଅଲଗା କରିଥିଲେ । ଗୌସ ଓ ରିୟାଜଙ୍କୁ ଏହି ହତ୍ୟାକାଣ୍ଡ ପାଇଁ ପାକିସ୍ତାନରୁ ନିର୍ଦ୍ଦେଶ ପାଇଥିଲେ । ପାକିସ୍ତାନରୁ ତାଙ୍କୁ ଗୁରୁ ଉଭୟଙ୍କୁ ହତ୍ୟା ପାଇଁ ପ୍ରବର୍ତ୍ତାଇଥିଲେ ।

ଏହି ହତ୍ୟାକାଣ୍ଡରେ ଆଉ କିଛି ଲୋକ ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଛି । ମହମ୍ମଦ ଗୌସଙ୍କୁ ଧାରୁଆ ଅସ୍ତ୍ର ତିଆରି କରିବାକୁ କୁହାଯାଇଥିଲା । ଏସ.କେ. ଇଞ୍ଜିନିୟରିଂ କାରଖାନାରେ ଅସ୍ତ୍ରଶସ୍ତ୍ର ତିଆରି କରାଯାଇଥିଲା । ଭିଡିଓ ପ୍ରସ୍ତୁତ କରିବାର ଉଦ୍ଦେଶ୍ୟ ଥିଲା ଲୋକଙ୍କୁ ଉତ୍ସାହିତ କରିବା । ଗୌସ ଓ ରିୟାଜ ଭୟ ସୃଷ୍ଟି କରିବାକୁ ତୃତୀୟ ଭିଡିଓକୁ ଭାଇରାଲ୍ କରିବାକୁ ଚାହୁଁଥିଲେ ।