ବଦଳି ପାରେ ହାଇଦ୍ରାବାଦ ର ନାଁ ! ନୂଆଁ ନାମରେ ସମ୍ବୋଧନ କଲେ ମୋଦି

0
197
ବଦଳି ପାରେ

ରିପୋର୍ଟ : ରାମନାଥ ଗନ୍ତାୟତ
ହାଇଦ୍ରାବାଦ, (୦୪/୦୭) : ବଦଳି ପାରେ ହାଇଦ୍ରାବାଦ ର ନାଁ ! ନୂଆଁ ନାମରେ ପରିଚୟ ପାଇବ କି ଏହି ପୁରାତନ ସହର । କାରଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସେମିତି କିଛି ଇସାରା କରିଛନ୍ତି । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ବିଜେପି ର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ହାଇଦ୍ରାବାଦରେ ପହଞ୍ଚିଥିଲେ । ଏହି ଅବସରରେ ସେ ବିରାଟ ଜନସଭାକୁ ସମ୍ବୋଧନ କରିଥିଲେ । ମୋଦି ତାଙ୍କ ଭାଷଣରେ ହାଇଦ୍ରାବାଦକୁ ‘ଭାଗ୍ୟନଗର‘ କହି ସମ୍ବୋଧନ କରିଥିଲେ । ଯାହାଦ୍ୱାରା ହାଇଦ୍ରାବାଦ ର ନାଁ ବଦଳି ପାରେ ବୋଲି ଆଶଙ୍କା କରାଯାଉଛି । ବର୍ତ୍ତମାନ ବଂଶବାଦ ରାଜନୀତି ର ଅନ୍ତ ସମୟ ଆସିଯାଇଛି ବୋଲି ମୋଦି କହିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଦେଶକୁ ଏକାଠି କରିବାର ଅଭିଯାନ ସର୍ଦ୍ଦାର ବଲ୍ଲବ ଭାଇ ପଟେଲ ଏହି ଭାଗ୍ୟନଗରରୁ ହିଁ ଆରମ୍ଭ କରିଥିଲେ ।

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ର ଶେଖର ରାଓଙ୍କୁ ଟାର୍ଗେଟ କରି ମୋଦି କହିଥିଲେ ଯେ, ବଂଶବାଦ ରାଜନୀତି ର ଅନ୍ତ ହେବାର ସମୟ ଆସିଛି । ଯୁବପିଢ଼ିମାନେ ବଂଶବାଦ ର ରାଜନୀତିକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ପରିବାରବାଦ ରାଜନୀତି ଏବଂ ବଂଶବାଦ ରାଜନୈତି ଦଳ ପ୍ରତି ଦେଶବାସୀ ଏକଦମ ବୀତସ୍ପୃହ । ଏହି ଦଳମାନେ ତିଷ୍ଟିବା ଅତି କଷ୍ଟକର । ଯେଉଁ ଦଳ ଦୀର୍ଘ ବର୍ଷ ଧରି କ୍ଷମତାରେ ରହି ଶାସନ କରିଆସୁଥିଲେ ବର୍ତ୍ତମାନ ତାହା ପତନାଭିମୁଖୀ । ଆମେ ସେମାନଙ୍କୁ ଉପହାସ ନୁହେଁ ବରଂ ସେମାନଙ୍କ ଭୁଲରୁ ଶିଖିବା ଉଚିତ ବୋଲି ମୋଦି କହିଥିଲେ ।