ବଲାଙ୍ଗୀର ଜିଲ୍ଲାରେ କ୍ରମାଗତ ଭାବରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚାଲିଛି ଚଢ଼ାଉ

0
331

ରିପୋର୍ଟ : ସନ୍ତୋଷ ନାୟକ //
ବଲାଙ୍ଗୀର, ତା(୦୭-୦୮) : ଇତି ମଧ୍ୟରେ ବଲାଙ୍ଗୀର ଜିଲ୍ଲାରେ କ୍ରମାଗତ ଭାବେ ଭିଜିଲାନ୍ସ ବିଭାଗ ପକ୍ଷରୁ ଗୋଟିଏ ପରେ ଗୋଟିଏ ଚଢ଼ାଉ ନେଇ ସାଧାରଣ ରେ ବେଶ ଚର୍ଚ୍ଚା ର କେନ୍ଦ୍ରବିନ୍ଦୁ ପଲଟିଥିବା ବେଳେ ଅନ୍ୟ ଅଧିକାରୀ ଙ୍କ ମନରେ ଛନକା ସୃଷ୍ଟି ହୋଇଛି ।674968da 1adf 44c5 9270 cefff669b521 ବଲାଙ୍ଗୀର ଜିଲ୍ଲାରେ କ୍ରମାଗତ ଭାବରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚାଲିଛି ଚଢ଼ାଉ

ସେହିପରି ବଲାଙ୍ଗୀର ଜିଲ୍ଲାରେ କ୍ରମାଗତ ଭାବରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ରେ ବଲାଙ୍ଗୀର ଜିଲ୍ଲାରେ ପୁଇଁତଲା ବ୍ଳକ ର ବରିଷ୍ଠ କିରାଣି ଙ୍କ ୩ ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ କରିଛି ।

ଶନିବାର ସକାଳେ ବରିଷ୍ଠ କିରାଣି ରବୀନ୍ଦ୍ର କୁମାର ମହାନ୍ତି ଙ୍କ ବଲାଙ୍ଗୀର ସହର ସାଗରପଡା ବାସଭବନ, ଗୁଡଭେଲା ବ୍ଳକର ଡାହିମାଳ ଗ୍ରାମ ସ୍ଥିତ ବାସଭବନ ଓ ପୁଇଁତଲା ବ୍ଳକ ଅଫିସ ରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଏକକାଳୀନ ଚଢ଼ାଉ କରାଯାଇଛି । ବଲାଙ୍ଗୀର ଓ ସମ୍ବଲପୁର ଭିଜିଲାନ୍ସ ଟିମ ମିଳିତ ଭାବେ ଏହି ଚଢ଼ାଉ କରିଥିବାର ସୂଚନା ମିଳିଛି ।