ବୌଦ୍ଧ ଜିଲ୍ଲା ଆଇନସେବା ପ୍ରାଧିକରଣ ଦ୍ୱାରା ସାପ୍ତାହିକ ବନ ମହୋତ୍ସବ ପାଳିତ

0
203
ବୌଦ୍ଧ ଜିଲ୍ଲା ଆଇନସେବା

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ, (୦୩/୦୭) : ବୌଦ୍ଧ ଜିଲ୍ଲା ଆଇନସେବା ପ୍ରାଧିକରଣ ଦ୍ୱାରା ” ସାପ୍ତାହିକ ବନ ମହୋତ୍ସବ” ପାଳନ ଉପଲକ୍ଷେ ବୌଦ୍ଧ ପଞ୍ଚାୟତ କଲେଜ, ବୌଦ୍ଧ, Govt . Polytechnic, ବୌଦ୍ଧ ଏବଂ Govt ITI College, ବୌଦ୍ଧ ଠାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଅଛି lWhatsApp Image 2022 07 04 at 11.14.40 AM ବୌଦ୍ଧ ଜିଲ୍ଲା ଆଇନସେବା ପ୍ରାଧିକରଣ ଦ୍ୱାରା ସାପ୍ତାହିକ ବନ ମହୋତ୍ସବ ପାଳିତ

ଏଥିରେ ଜିଲ୍ଲା ଓ ଦୌରା ଜଜ ଶ୍ରୀ ବିକ୍ରମ କୁମାର ପ୍ରଧାନ, ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ ଶ୍ରୀ ଆନନ୍ଦ ନାରାୟଣ ମହାରଣା, ଜିଲ୍ଲା ମୁଖ୍ୟ ଦଣ୍ଡାଧୀସ ଅଧିକାରୀ ଶ୍ରୀ ହୃଷିକେଶ ଆଚାର୍ଯ୍ୟ, ରେଜିଷ୍ଟ୍ରର, ଦେୱାନୀ ଅଦାଲତ ଶ୍ରୀମତୀ ସୁଚିତ୍ରା ପରମଗୁରୁ, ବୌଦ୍ଧ ଜିଲ୍ଲା ଆଇନସେବା ପ୍ରାଧିକରଣ ର ସଚିବ ଶ୍ରୀ ଚରଣଜିତ ଓରାମ ଏବଂ ଜିଲ୍ଲା ଉପଖଣ୍ଡିୟ ଦଣ୍ଡାଧୀସ ଅଧିକାରୀ ଶ୍ରୀମତୀ ସୁମିତ୍ରା ସାହୁ ଭାଗ ନେଇଥିଲେ l ଏହା ଛଡା ପ୍ୟାନେଲ ଓକିଲମାନେ, ସ୍ୱେଚ୍ଛାସେବୀ ଏବଂ କୋର୍ଟ ର ଅନ୍ୟାନ୍ୟ କର୍ମଚାରୀଗଣ ଉପସ୍ଥିତ ଥିଲେ ଏବଂ ବୃକ୍ଷରୋପଣ କରିଥିଲେ l

ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଲା ଲୋକ ମାନଙ୍କୁ ବୃକ୍ଷରୋପଣ ର ମହତ୍ତ୍ୱ ବୁଝାଇବା ଏବଂ ସଚେତନ ଆଣିବା ଯେମିତି ଅଧିକରୁ ଅଧିକ ବୃକ୍ଷ ରୋପଣ କରାଯାଇ ପାରିବ ଏବଂ ଆମ ପରିବେଶକୁ ସୌନ୍ଦର୍ଯ୍ୟ ଓ ସୁଶୋଭୀତ ରଖାଯାଇ ପାରିବ ଏବଂ ମୃତ୍ତିକା କ୍ଷୟ ହେବା, ପରିବେଶ ଦୂଷିତ ହେବା, ଅମ୍ଳଜାନ କମିବା, ବର୍ଷା ନ ହେବା, ବିଶ୍ୱ ର ତାପମାତ୍ରା ବୃଦ୍ଧି ହେବା ଭଳି କ୍ଷୟକ୍ଷତି କୁ ରୋକିବାରେ ଏହା ସାହାଯ୍ୟ କରିବ l