5T ରେ ରୂପାନ୍ତରିତ ବିଦ୍ୟାଳୟର ଛାତ ପ୍ଲାଷ୍ଟର ପଡି ଜଣେ ଗୁରୁତର

0
147
5T ରେ ରୂପାନ୍ତରିତ

ରିପୋର୍ଟ : ରାମନାଥ ଗନ୍ତାୟତ
ଭୁବନେଶ୍ୱର/ଭଦ୍ରକ, (୦୫/୦୭) : 5T ରେ ରୂପାନ୍ତରିତ ବିଦ୍ୟାଳୟ ର ଛାତରୁ ପ୍ଲାଷ୍ଟର ଖସି ଜଣେ ଗୁରୁତର । ଏଭଳି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ର ବାସୁଦେବପୁର ବ୍ଲକ ଅନ୍ତର୍ଗତ ସୁଗୋ ବିଦ୍ୟାଳୟରେ ।

ବାସୁଦେବପୁର ବ୍ଲକ ଅନ୍ତର୍ଗତ ସୁଗୋ ବିଦ୍ୟାଳୟ 5T ରେ ରୂପାନ୍ତରିତ ହେବା ପରେ ବିଦ୍ୟାଳୟରେ କାମ ଚାଲୁଛି । ଆଜି ସୁଗୋ ବିଦ୍ୟାଳୟ ପରିସରରେ ସେଫଟି ମିଟିଂ ଅନୁଷ୍ଠିତ ହେଇଥିଲା । ଏହି ସେଫଟି ମିଟିଂ ରେ ଅଭିଭାବକ ଓ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ । ମିଟିଂ ଚାଲୁଥିବା ସମୟରେ ହଠାତ ଛାତରୁ ପ୍ଳାଷ୍ଟର ଅତଡା ଖସି ଜଣେ ଅଭିଭାବକଙ୍କ ମୁଣ୍ଡ ଉପରେ ଖସି ପଡ଼ିଥିଲା ।

ଅଭିଭାବକ ଜଣକ ଗୁରୁତର ଆହତ ହେଇଥିଲେ । ତାଙ୍କୁ ପ୍ରଥମେ ବାସୁଦେବପୁର ମେଡିକାଲ କୁ ନିଆଯାଇଥିଲା ଓ ପରେ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣା ପଡିଛି ।