ଜଗନ୍ନାଥ ମନ୍ଦିରରେ ହେରା ପଞ୍ଚମୀ ଉତ୍ସବ ଅନୁଷ୍ଠିତ

0
165
ଜଗନ୍ନାଥ ମନ୍ଦିରରେ ହେରା

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୦୬/୦୭) : ଗତକାଲି ଗଜପତି ଜିଲ୍ଲା କାଶୀନଗର ସହର ଠାରେ ଥିବା ଅତି ପୁରାତନ ଜଗନ୍ନାଥ ମନ୍ଦିରରେ ହେରା ପଞ୍ଚମୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।WhatsApp Image 2022 07 06 at 11.06.23 AM 1 ଜଗନ୍ନାଥ ମନ୍ଦିରରେ ହେରା ପଞ୍ଚମୀ ଉତ୍ସବ ଅନୁଷ୍ଠିତ

ସନ୍ଧ୍ୟା ଗୁଣ୍ଡିଚା ଆରତୀ ହେବା ପରେ ଜଗନ୍ନାଥ ମନ୍ଦିରରେ ହେରା ପଞ୍ଚମୀ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଭଜନ କୀର୍ତ୍ତନ ହେବା ପରେ ମହାଲକ୍ଷ୍ମୀ ମାଆ ଙ୍କୁ ପରିକ୍ରମଣ କରାଯାଇଥିଲା । ପରେ ଆଦୁଆଳରେ ରହି ନନ୍ଦିଘୋଷ ରଥ କୁ ରାଗି ଯାଇ ରଥ ଭାଙ୍ଗିଥିଲା । ତା’ପରେ ଗରୁଡ ପଛରେ ରହି ଜଗନ୍ନାଥ ଙ୍କୁ ତାଙ୍କ ଅଭିମାନ ଜଣାଇ ତାଙ୍କୁ ଛାଡି ଭାଇ ଭଉଣୀ ଙ୍କୁ ସାଙ୍ଗରେ ନେଇ ଗୋଟିଏ ଦିନ ଗୁଣ୍ଡିଚା ଘରକୁ ଯିବି ବୋଲି କହି ନବ ଦିନ ରହିବାରୁ ନିଜେ ମହାଲକ୍ଷ୍ମୀ ବାଡଦାଣ୍ଡ କୁ କାଲି ଆସିବାରୁ ଶ୍ରୀ ଜଗନ୍ନାଥ ମହାଲକ୍ଷ୍ମୀ ଙ୍କୁ ରାଗିଯାଇ ନାନା କଥା କହିବା ବିଷୟ ପୁରାଣ ରୂପରେ ଜଗଦୀଶ ପାତ୍ର, ମୁନ୍ନା ମିଶ୍ର ବର୍ଣ୍ଣନା କରିଥିବା ବେଳେ ଦୁଃଖିଶ୍ୟମ ଲେଙ୍କା ଓ ତାଙ୍କ ଟିମ୍ ଗୀତ ଓ ତେଲୁଗୁ ଭାଷାରେ ଜଗନ୍ନାଥ ସଂସ୍କୃତି ଉପରେ କହିଥିଲେ । ମହନ୍ତ ଶ୍ରୀ ପଦ୍ମ ଚାରଣ ଦାସ, ମଣ୍ଟୁ ପାତ୍ର, ମୋହନ ପଣ୍ଡା, ସିଧୁ ମହାପାତ୍ର, ପଞ୍ଚାନନ ସହଯୋଗ କରିଥିଲେ ।