ଜୟ ଜଗନ୍ନାଥ ଓଡ଼ିଆ ସମାଜ କିଂଶାସା ତରଫରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ପାଳିତ

0
291
ଜୟ ଜଗନ୍ନାଥ ଓଡ଼ିଆ

ରିପୋର୍ଟ : ସୌମ୍ୟ //
କିଂଶାସା/କଂଗୋ, (୦୨/୦୭) : ପୂର୍ବ ବର୍ଷ ପରି ଏହି ବର୍ଷ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଜୟ ଜଗନ୍ନାଥ ଓଡ଼ିଆ ସମାଜ କିଂଶାସା ତରଫରୁ କିଂଶାସା ସ୍ଥିତ ହିନ୍ଦୁ ମନ୍ଦିରରେ ଗତକାଲି ୧/୭/୨୦୨୨ ଆଷାଢ଼ ଶୁକ୍ଳ ଦ୍ଵିତୀୟା ଦିନ ଖୁବ୍ ଜାକଯମକରେ ପାଳିତ ହୋଇଯାଇଛି ।WhatsApp Image 2022 07 07 at 10.41.59 AM ଜୟ ଜଗନ୍ନାଥ ଓଡ଼ିଆ ସମାଜ କିଂଶାସା ତରଫରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ପାଳିତ

୨ ବର୍ଷ ର କରୋନା ର କଳା ବାଦଲ ଟିକେ ଅପସରି ଗଲା ପରେ ଏମିତି ଲାଗୁଥାଏ ଯେମିତି ଭକ୍ତ ଓ ଭଗବାନ ଉଭୟ ବ୍ୟାକୁଳ ଉଭୟ ଙ୍କୁ ଦେଖା କରିବା ପାଇଁ । ଜୟ ଜଗନ୍ନାଥ ଓଡ଼ିଆ ସମାଜ ପାଳିତ ହୋଇଥିବା ରଥଯାତ୍ରାରେ ଘଣ୍ଟ, ମୃଦଙ୍ଗ ଓ ଶଙ୍ଖ ଧ୍ୱନିରେ ସମ୍ପୂର୍ଣ୍ଣ ପରିବେଶ ଜଗନ୍ନାଥମୟ ହୋଇ ଯାଇଥିଲା । ଚତୁର୍ଦ୍ଧା ମୂର୍ତ୍ତୀ ଙ୍କୁ ପହଣ୍ଡି ବିଜେ କରି ରଥରେ ଅବସ୍ଥାପିତ କରାଗଲା । ମହିଳା ସଭ୍ୟା ଙ୍କ ଦ୍ଵାରା ମାଁ ସୁଭଦ୍ରାଙ୍କୁ ନେଇ ରଥ ଉପରେ ଅବସ୍ଥାପନା କରିବା ଯାତ୍ରା ର ମୁଖ୍ୟ ଆକର୍ଷଣ ର କେନ୍ଦ୍ର ପାଲଟି ଥିଲା ।

କଙ୍ଗୋରେ ଅବସ୍ଥାପିତ ଭାରତ ର ରାଷ୍ଟ୍ରଦୁତ ଶ୍ରୀଯୁକ୍ତ ରାମ କରଣ ବର୍ମା ମହୋଦୟ ରଥରେ ଛେରା ପହଁରା କରିଥିଲେ । ଡାହୁକ ଡାକ, ହରିବୋଲ ହୁଳହୁଳି ମଧ୍ୟରେ ରଥ ଭିଡା ଆରମ୍ଭ ହୋଇଥିଲା । ଓଡ଼ିଆ ସମାଜ ର ସମସ୍ତ ସଭ୍ୟ ଓ ସଭ୍ୟା ମାନଙ୍କର ଅକ୍ଳାନ୍ତ ପରିଶ୍ରମ ରଥଯାତ୍ରା କୁ ସୁରୁଖୁରୁରେ ସମ୍ପନ୍ନ କରିବାରେ ସହାୟତା କରିଥିଲା ।WhatsApp Image 2022 07 07 at 10.42.46 AM ଜୟ ଜଗନ୍ନାଥ ଓଡ଼ିଆ ସମାଜ କିଂଶାସା ତରଫରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ପାଳିତ