ଜିଲ୍ଲାପାଳ ଶ୍ରୀମତୀ ସ୍ୱଧା ଦେବ ସିଂ ଙ୍କ ରାମନାଗୁଡା ବ୍ଲକ ଗସ୍ତ

0
189
ଜିଲ୍ଲାପାଳ ଶ୍ରୀମତୀ ସ୍ୱଧା

“ବିଭିନ୍ନ ଉନ୍ନୟନ କାର୍ଯ୍ୟ ଓ ୩୫ଟି ବିଦ୍ୟାଳୟକୁ ଆର.ଓ.ଆର. ପଟ୍ଟା ପ୍ରଦାନ”

ରିପୋର୍ଟ : ଗୋପୀନାଥ ଗୌଡ଼ 
ରାୟଗଡ଼ା/ଗୁଡାରି, ତା-(୧୪/୦୭) : ରାୟଗଡ଼ା ଜିଲ୍ଲାପାଳ ଶ୍ରୀମତୀ ସ୍ୱଧା ଦେବ ସିଂ ଆଜି ରାୟଗଡା ବ୍ଲକ ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପରିଦର୍ଶନ କରିଛନ୍ତି । ରାମନାଗୁଡା ବ୍ଲକ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ତହସିଲଦାର ତରଫରୁ ୩୫ ଟି ବିଦ୍ୟାଳୟକୁ ଆର.ଓ.ଆର. ପଟ୍ଟାକୁ ଜିଲ୍ଲାପାଳ ପ୍ରଦାନ କରୁଥିଲେ ।

ଏହାପରେ ଜିଲ୍ଲାପାଳ ଶ୍ରୀମତୀ ସ୍ୱଧା ଦେବ ସିଂ ରାମନାଗୁଡା 5T ଉଚ୍ଚ ବିଦ୍ୟାଳୟକୁ ପରିଦର୍ଶନ କରି ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଆଲୋଚନା କରିଥିଲେ । ବ୍ଲକ ପରିସରରେ ନିର୍ମିତ ମିଶନ ଶକ୍ତି ଗୃହକୁ ଉଦଘାଟନ କରିଥିଲେ । ଏହାପରେ ପରୀକ୍ଷିତ ଗ୍ରା.ପ. ଅନ୍ତର୍ଗତ ଖିଲାପଦର ଗ୍ରାମ ର ଅମୃତ ସରବର ପୁନଃରୁଦ୍ଧାର କାର୍ଯ୍ୟ ଅନୁଧ୍ୟାନ କରିଥିଲେ ।

ଗୁଲୁଣ୍ଠି ମଙ୍ଗଳ ବିଭାଗ ଉଚ୍ଚ ବିଦ୍ୟାଳୟ ଗସ୍ତ କରି ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ସହିତ ଆଲୋଚନା କରିଥିଲେ l ଉଦ୍ୟାନ ବିଭାଗ ଦ୍ଵାରା କରାଯାଇଥିବା କାଜୁ ଚାଷ ଅନୁଧ୍ୟାନ କରିଥିଲେ । ଡାଙ୍ଗୁବାଡ଼ି ଗ୍ରାମ ର ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା କରାଯାଇଥିବା ମତ୍ସ୍ୟ ପୋଖରୀ, ପୃଷ୍ଟି ବଗିଚା ଓ ଖଲି ଦନା ପ୍ରସ୍ତୁତ ମେସିନ ଅନୁଧ୍ୟାନ କରିଥିଲେ । ଗୋଗୁପାଡୁ ଗ୍ରାମରେ ନିର୍ମାଣଧୀନ ମିଶନ ଶକ୍ତିଗୃହ ଓ ପାଲକିଡାଙ୍ଗରେ ଗ୍ରାମୀୟ ଜଳ ଯୋଗାଣ ପ୍ରକଳ୍ପ ପରିଦର୍ଶନ କରି ଅଧିକାରୀ ମାନଙ୍କ ସହ ଆଲୋଚନା କରି ତୁରନ୍ତ ବିଦ୍ୟୁତ ସଂଯୋଗ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ବଦମୁନିଗାଁରେ କରାଯାଇଥିବା କଦଳୀ ଚାଷ ପରିଦର୍ଶନ କରି ଖୁସି ବ୍ୟକ୍ତ କରିଥିଲେ ।

ଜିଲ୍ଲାପାଳଙ୍କ ପରିଦର୍ଶନ ବେଳେ ରାମନାଗୁଡା ପାଞ୍ଚାୟତ ସମିତି ଅଧ୍ୟକ୍ଷ ରବି ଗମାଙ୍ଗ, ବିଡିଓ ବେଣୁଧର ଶବର, ତହସିଲଦାର ସୁଶ୍ରୀ ପ୍ରଭାତୀ ଝୁଡ଼ିଆ, ଅତିରିକ୍ତ ତହସିଲଦାର ଚକ୍ରଧର ମହାନନ୍ଦିଆ, ରାମନାଗୁଡା ଜିଲ୍ଲା ପରିଷଦ ସଭ୍ୟ, ବ୍ଲକ ର ଅନ୍ୟାନ୍ୟ ଅଧିକାରୀ ମାନେ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।