Thursday, March 28, 2024

Top 5 This Week

Related Posts

ସ୍ତ୍ରୀକୁ ହତ୍ୟା କରି ପିଲାଙ୍କ ଆଗରେ ହଣ୍ଡାରେ ସିଝାଇଲା ସ୍ୱାମୀ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଇସଲାମାବାଦ, (୧୫/୦୭) : ପାକିସ୍ତାନରେ ଜଣେ ବ୍ୟକ୍ତି ବର୍ବରକାଣ୍ଡ ଘଟାଇଛି । ନିଜ ସ୍ତ୍ରୀକୁ ହତ୍ୟା କରିବା ପରେ ଏକ ବଡ଼ ହଣ୍ଡାରେ ଗରମ ପାଣିରେ ସିଝାଇଥିବା ଜଣାପଡ଼ିଛି ।

ନିଜର ୬ ଜଣ ପିଲାଙ୍କ ସମ୍ମୁଖରେ ଏଭଳି ଅମାନୁଷିକ କାଣ୍ଡ ଘଟାଇଥିବା ଜଣାପଡ଼ିଛି । ବୁଧବାର ପାକିସ୍ତାନ ର ସିନ୍ଧ ଅଞ୍ଚଳରେ ଘଟଣା ଘଟିଛି । ମୃତ ମହିଳା ଜଣକ ହେଉଛନ୍ତି ନର୍ଗିସ । ରିପୋର୍ଟ ଅନୁଯାୟୀ ଗତ ବୁଧବାର ନଗରୀର ଗୁଲ୍‌ଶନ୍‌-ଏ-ଇକ୍‌ବାଲ୍‌ ଅଞ୍ଚଳରେ ଥିବା ଏକ ଘରୋଇ ବିଦ୍ୟାଳୟ ର ରୋଷେଇ ଘରୁ ପୁଲିସ ଗୋଟାଏ ହଣ୍ଡା ଭିତରୁ ତାଙ୍କ ଶବ ପାଇଥିଲା । ସେହିଦିନ ହିଁ ସ୍ତ୍ରୀକୁ ହତ୍ୟା କରି ହଣ୍ଡାରେ ପୂରାଇ ସିଝାଇଥିଲେ ସ୍ୱାମୀ ।

ପୁଲିସ ସୂଚନା ଅନୁସାରେ, ନର୍ଗିସ୍‌ଙ୍କ ସ୍ୱାମୀ ଆଶିକ୍‌ ‘ବାଜୌର୍‌ ଏଜେନ୍‌ସି’ ତରଫରୁ ସ୍କୁଲ୍‌ରେ ରାତ୍ର ଜଗୁଆ ଭାବେ ନିଯୁକ୍ତି ପାଇଥିଲେ । ପ୍ରାୟ ୮-୯ ମାସ ହେବ ସ୍କୁଲ ବନ୍ଦ ଥିବାବେଳେ ସର୍ଭାଣ୍ଟ୍‌ କ୍ୱାର୍ଟର୍ସରେ ସେ ରହୁଥିଲେ । ଶବ ଜବତ କରି ପୁଲିସ ଏହାକୁ ବ୍ୟବଚ୍ଛେଦ କରାଇଛି । ସେହିପରି ନର୍ଗିସଙ୍କ ୬ ଜଣ ପିଲାଙ୍କୁ ନିଜ ହେପାଜତକୁ ନେଇଛି ପୁଲିସ । ସେମାନେ ମାନସିକ ଆଘାତ ପାଇ ବିଚଳିତ ଅବସ୍ଥାରେ ଥିବା ପୁଲିସ କହିଛି ।

ପିଲାମାନଙ୍କ କହିବା ଅନୁଯାୟୀ, ତାଙ୍କ ମାଙ୍କୁ ବାପା ମୁହଁକୁ ତକିଆରେ ମାଡ଼ିବସି ଶ୍ୱାସରୁଦ୍ଧ କରି ହତ୍ୟା କରିଥିଲା । ପରେ ନର୍ଗିସ୍‌ଙ୍କର ଗୋଟାଏ ଗୋଡ଼ ମଧ୍ୟ କାଟି ଅଲଗା କରିଥିଲେ । ଏହା ପରେ ଏକ ବଡ଼ ହଣ୍ଡାରେ ସିଝାଇଥିଲେ । ତେବେ ହତ୍ୟାକାଣ୍ଡ ର ପ୍ରକୃତ କାରଣ ଏ ପର୍ଯ୍ୟନ୍ତ ଜଣାପଡ଼ି ନାହିଁ । କିନ୍ତୁ ନର୍ଗିସ୍‌ଙ୍କୁ ଅବୈଧ ସମ୍ପର୍କ ରଖିବା ଲାଗି ସ୍ୱାମୀ ଆଶିକ୍‌ ବାଧ୍ୟ କରୁଥିବା କୁହାଯାଉଛି । ହେଲେ ସ୍ୱାମୀଙ୍କ କଥାରେ ନର୍ଗିସ ରାଜି ନଥିବାରୁ ତାଙ୍କୁ ହତ୍ୟା କରିଥିବା କୁହାଯାଉଛି । ଅଭିଯୁକ୍ତ ସ୍ୱାମୀ ଫେରାର ଅଛି । ତାଙ୍କୁ ଗିରଫ ପାଇଁ ପୁଲିସ ସର୍ଚ୍ଚ ଅପରେଶନ ଜାରି ରଖିଛି ।

Popular Articles