ଜି ଆଇ ଇ ଟି ବିଶ୍ୱ ବିଦ୍ୟାଳୟ ଗୁଣୁପୁର ପକ୍ଷରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର

0
129
ଜି ଆଇ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୧୬/୭) : ସ୍ଥାନୀୟ ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟ ର ଜାତୀୟ ସେବା ଯୋଜନା ପକ୍ଷରୁ ଆଜି ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଵିଶ୍ଵ ବିଦ୍ୟାଳୟ ପରିସର ଅନୁଷ୍ଠିତ ହୋଇଯାଇଛି ।WhatsApp Image 2022 07 16 at 3.15.06 PM 1 ଜି ଆଇ ଇ ଟି ବିଶ୍ୱ ବିଦ୍ୟାଳୟ ଗୁଣୁପୁର ପକ୍ଷରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର

ଏହି ଶିବିରରେ ମୋଟ ୫୧ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । ଏହି ଶିବିରକୁ ବିଶ୍ୱବିଦ୍ୟାଳୟର ମହାନିର୍ଦେଶକ ଡ଼ଃ ଜଗଦୀଶ ପଣ୍ଡା ଶୁଭ ଉଦଘାଟନ କରିଥିବା ବେଳେ ଜି ଆଇ ଇ ଟି ଅନୁଷ୍ଠାନ ର ରେଜିଷ୍ଟ୍ରାର ଡ଼ଃ ଏନ.ଭି.ଜେ. ରାଓ, ସ୍କୁଲ ଅଫ ଇଂଞ୍ଜିନିୟରିଙ୍ଗ ଆଣ୍ଡ ଟେକ୍ନୋଲୋଜି ଡିନ ଏ.ବି. ଶ୍ରୀନିବାସ ରାଓ, ଅଧ୍ୟାପକ ଭି. ଗଣେଶ, ଡ଼ଃ ନିକୁଞ୍ଜ କିଶୋର ପାତ୍ର, କ୍ରୀଡା ଅଧିକାରୀ ରବିନ୍ଦ୍ର କୁମାର ପଣ୍ଡା, ଅଧ୍ୟାପିକା ପ୍ରିୟଙ୍କା ପ୍ରିୟଦର୍ଶନୀ, ବର୍ଷା ଦାସ, ଡାକ୍ତର ଏସ.ଏସ. ପାଢ଼ୀ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ଜାତୀୟ ସେବା ଯୋଜନା ର ଆବାହକ ଡ଼ଃ ପ୍ରେମାନଶୁ ଶେଖର ରଥ, କାର୍ଯ୍ୟକ୍ରମ ଅଧିକାରୀ ତାପସ ଛୁଆଲସିଂ, କୃଷ୍ଣ ପ୍ରସାଦ ଦାସ ପ୍ରମୁଖ ଶିବରକୁ ପରିଚାଳନା କରିଥିଲେ ।

ଗୁଣୁପୁର ରକ୍ତ ଭଣ୍ଡାର ର ଡାକ୍ତର ଲକ୍ଷଣ କୁମାର ପାତ୍ର, ଟେକ୍ନିସୀୟାନ ରାକେଶ କୁମାର ପଣ୍ଡା, ମନୀଷା ନାଗ, ଗୌରୀ ଶଙ୍କର ବ୍ରହ୍ମା, ରାଧାକାନ୍ତ ମହାନ୍ତି, ସୌଦାମିନୀ ଗୌଡ଼ ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ । ରକ୍ତଦାନ କରି ଜୀବନ ବଞ୍ଚାଇବା ର ଏହି ପ୍ରୟାସକୁ ଜନସାଧାରଣ ପ୍ରଶଂସା କରିଛନ୍ତି ।