ଜିଲ୍ଲା ପୁଲିସ ପ୍ରଶାସନ ଓ ପରିବହନ ବିଭାଗ ର ସଡ଼କ ସୁରକ୍ଷା ସଚେତନତା ରାଲି

0
146
ଜିଲ୍ଲା ପୁଲିସ ପ୍ରଶାସନ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୧୬/୭) : ସୁବର୍ଣ୍ଣପୁର ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ କ୍ରମେ ସୁବର୍ଣ୍ଣପୁର ଜିଲ୍ଲା ପୁଲିସ ପ୍ରଶାସନ ଓ ପରିବହନ ବିଭାଗ ର ମିଳିତ ଆୟୋଜନରେ ଆଜି ସକାଳେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କ କାର୍ଯ୍ୟାଳୟ ପରିସରରୁ ଏଣିକି ଜିଲ୍ଲାରେ ମାସ ର ପ୍ରତି ଶନି ଓ ରବିବାର କୁ ଶତ ପ୍ରତିଶତ ହେଲମେଟ ଦିବସ ଭାବେ ଗ୍ରହଣ କରିବାକୁ ଏକ ସଚେତନତା ରାଲି ଅନୁଷ୍ଠିତ ହୋଇଯାଇଛି ।WhatsApp Image 2022 07 17 at 9.29.39 AM 1 ଜିଲ୍ଲା ପୁଲିସ ପ୍ରଶାସନ ଓ ପରିବହନ ବିଭାଗ ର ସଡ଼କ ସୁରକ୍ଷା ସଚେତନତା ରାଲି

ଉକ୍ତ ସଚେତନତା ରାଲି କୁ ଜିଲ୍ଲା ପୁଲିସ ପ୍ରଶାସନ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ହେମନ୍ତ କୁମାର ପାଢ଼ୀ ଓ ପରିବହନ ଅଧିକାରୀ ଶ୍ରୀ ରବୀନ ପଟ୍ଟନାୟକ ସବୁଜ ପତାକା ପ୍ରଦର୍ଶନ ପୂର୍ବକ ଶୁଭାରମ୍ଭ କରିଥିଲେ । ଜିଲ୍ଲାର ପ୍ରତିଟି ଜୀବନ ମୂଲ୍ୟବାନ, ପ୍ରତ୍ୟେକ ଯାନ ଚାଳକ ଗାଡ଼ିରେ ଯାତାୟାତ ସମୟରେ ସଦା ସର୍ବଦା ହେଲମେଟ ପରିଧାନ କୁ ସୁନିଶ୍ଚିତ କରିବା ର ସଚେତନତା ବାର୍ତ୍ତା ନେଇ ଅନୁଷ୍ଠିତ ରାଲି ସୋନପୁର ସହର ପରିକ୍ରମା କରି ସୋନପୁର ବଲାଙ୍ଗୀର ମୁଖ୍ୟ ରାସ୍ତାରେ ହରଡ଼ଖୋଲ, ବୈଦ୍ୟନାଥ ଛକ, ଖମ୍ବେଶ୍ଵରୀ ପାଲି ଛକ ତଥା ସାଗରପାଲି ଗ୍ରାମ ର ପରିକ୍ରମା କରିଥିଲା ।

ଅନୁଷ୍ଠିତ ଏହି ରାଲିରେ ଏସ ଡି ପି ଓ ପୁଷ୍ପାଞ୍ଜଳି ନିଙ୍ଗୀ, ଅତିରିକ୍ତ ପରିବହନ ଅଧିକାରୀ ଦେବାଶିଷ ସାହୁ, ଏମ.ଭି.ଆଇ. ଲୋକନାଥ ନାୟକ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଅଶ୍ୱିନୀ କୁମାର ଭୋଇ, ପୋଲିସ ଓ ପରିବହନ ବିଭାଗୀୟ ଅଧିକାରୀ, ସ୍ୱେଚ୍ଛାସେବୀ ଅନୁଷ୍ଠାନ ର ସଦସ୍ୟ ସଦସ୍ୟା ପ୍ରମୁଖ ସାମିଲ ଥିଲେ । ଜିଲ୍ଲା ର ସଡ଼କ ଦୁର୍ଘଟଣା କୁ ହ୍ରାସ କରିବା ନିମନ୍ତେ ଆଗକୁ ନିୟମିତ ଭାବେ ଏହିପରି ଆବଶ୍ୟକ ଜନ ସଚେତନତା ଶୋଭାଯାତ୍ରା ଆୟୋଜନ କରାଯିବ ବୋଲି ପରିବହନ ଅଧିକାରୀ ଶ୍ରୀ ପଟ୍ଟନାୟକ ସୂଚନା ଦେବା ସହ ସମସ୍ତ ଜନସାଧାରଣ ଗାଡିଚାଳନା ବେଳେ ନିଶ୍ଚିତ ଭାବେ ହେଲମେଟ ପରିଧାନ କରିବାକୁ ଅନୁରୋଧ କରିଛନ୍ତି ।