ନର୍ମଦା ନଦୀକୁ ଖସିପଡ଼ିଲା ବସ, ୧୩ ମୃତ

0
134
ନର୍ମଦା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୋପାଲ, ମଧ୍ୟ ପ୍ରଦେଶ,  (୧୮/୦୭) : ଭୟଙ୍କର ଦୁର୍ଘଟଣା ର ସମ୍ମୁଖୀନ ହୋଇଛି ଗୋଟିଏ ଯାତ୍ରୀବାହୀ ବସ୍‌ । ମହାରାଷ୍ଟ୍ର ସରକାରଙ୍କ ଦ୍ୱାରା ପରିଚାଳିତ ଯାତ୍ରୀବାହୀ ବସ୍‌ ମଧ୍ୟପ୍ରଦେଶ ର ଧାର ଜିଲ୍ଲାରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଭାରସାମ୍ୟ ହରାଇ ଯାତ୍ରୀବାହୀ ବସ୍‌ଟି ନର୍ମଦା ନଦୀକୁ ଖସି ପଡ଼ିବାରୁ ଏ ଯାଏଁ ୧୩ ଜଣଙ୍କ ମୃତ୍ୟୁ ଘଟିଛି । 

ସେହିପରି ଆଉ ୧୫ ଜଣଙ୍କୁ ପାଣି ମଧ୍ୟରୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଏବେ ବି ଅନେକ ଲୋକ ବସ୍‌ ମଧ୍ୟରେ ଫସି ରହିଛନ୍ତି । ସେମାନଙ୍କୁ ଉଦ୍ଧାର ପାଇଁ ସବୁ ପ୍ରକାର ର ଉଦ୍ୟମ କରାଯାଉଛି । ମିଳିଥିବା ସୂଚନା ଅନୁଯାୟୀ, ବସ୍‌ଟି ଇନ୍ଦୋରରୁ ପୁଣେ ଯାଉଥିଲା । ବସଟି ଧାର ଜିଲ୍ଲାର ଖାଲଘାଟ ଅଞ୍ଚଳରେ ଥିବା ବ୍ରିଜ୍‌ ଅତିକ୍ରମ କରୁଥିବା ବେଳେ ହଠାତ୍‌ ଏହାର ଚକା ସ୍ଲିପ କରାଯାଇଥିଲା । ଫଳରେ ବସ୍‌ଟି ବ୍ରିଜ୍‌ରେ ଲାଗିଥିବା ଲୁହା ବାଡ଼କୁ ଧକ୍କା ଦେଇ ସିଧା ନର୍ମଦା ନଦୀ ମଧ୍ୟକୁ ଖସି ପଡ଼ିଥିଲା । ଏକାଧିକ ଡଙ୍ଗା ଦ୍ୱାରା ଉଦ୍ଧାରକାରୀ ଦଳ ବସ୍‌ ମଧ୍ୟରୁ ଲୋକଙ୍କୁ ବାହାର କରିବାକୁ ଚେଷ୍ଟା କରୁଛନ୍ତି ।

ଏ ଯାଏଁ ୧୩ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ୧୫ ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବସ୍‌ରେ ପ୍ରାୟ ୫୦ ରୁ ୬୦ ଜଣ ଯାତ୍ରୀ ଥିଲେ ବୋଲି କୁହାଯାଛଛି । ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଟ୍ୱିଟ କରି ମୃତକଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି ।

ସେ ଟ୍ୱିଟ କରି କହିଛନ୍ତି, “ଜିଲ୍ଲା ପ୍ରଶାସନ ର ଟିମ ଦୁର୍ଘଟଣାସ୍ଥଳରେ ଉପସ୍ଥିତ ରହିଛନ୍ତି । ବସଟିକୁ ପାଣି ଭିତରୁ ବାହାର କରାଯାଇଛି । ମୁଁ ଧର ଜିଲ୍ଲା ର ଖାରଗୋନ ଅଧିକାରୀଙ୍କ ସହ ନିୟମିତ ଯୋଗାଯୋଗରେ ରହିଛି । ଆହତଙ୍କ ଉପଯୁକ୍ତ ଓ ତୁରନ୍ତ ଚିକିତ୍ସା ପାଇଁ ସବୁ ପ୍ରକାର ର ବ୍ୟବସ୍ଥା ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।”