ଇନ୍ଦ୍ର ଦେବତାଙ୍କ ନାମରେ ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ

0
119
ଇନ୍ଦ୍ର

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ଲକ୍ଷ୍ନୌ, (୨୧/୦୭) : କୋପ କରିଛନ୍ତି ଇନ୍ଦ୍ର । ଦେଶ ର ଅନେକ ସ୍ଥାନରେ ପ୍ରବଳ ବର୍ଷା ଯୋଗୁଁ ଅବସ୍ଥା ବେହାଲ ହୋଇଥିବା ବେଳେ ଉତ୍ତରପ୍ରଦେଶରେ ଦେଖା ନାହିଁ । ବର୍ଷା ହେଉନଥିବାରୁ ଚାଷ ପ୍ରଭାବିତ ହୋଇଛି । ଏମିତିକି ଭରା ଶ୍ରାବଣରେ ମଧ୍ୟ ଜମି ଶୁଲା ରହିଛି ।

ଅଭାବୀ ବର୍ଷା ଚାଷୀଙ୍କୁ ଚିନ୍ତାରେ ପକାଇଛି । ଜୁଲାଇ ସରି ଅଗଷ୍ଟ ହେବାକୁ ବସିଲାଣି ହେଲେ ତଥାପି ରାଜ୍ୟରେ ବର୍ଷା ର ଦେଖାନାହିଁ । ଯାହା ଫଳରେ ସାଧାରଣ ଜନତା ବହୁତ ଚିନ୍ତିତ । ଜୀବ-ଜନ୍ତୁ ଏବଂ ବିଲ-ବାଡ଼ି ଉପରେ ଏହାର ବଡ଼ ପ୍ରଭାବ ପଡୁଛି । ଘରେ ରହୁଥିବା ମହିଳା ଏବଂ ଛୋଟ ଛୋଟ ପିଲାମାନେ ବ୍ୟତିବ୍ୟସ୍ତ ହୋଇ ପଡ଼ିଲେଣି । ଏଥିପାଇଁ ଦାୟୀ ଇନ୍ଦ୍ର ଦେବତା । ତେଣୁ ତାଙ୍କ ବିରୋଧରେ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଉତ୍ତରପ୍ରଦେଶ ଗୋଣ୍ଡା ଜିଲ୍ଲା ର ସୁମିତ କୁମାର ଯାଦବ ନାମକ ଜଣେ ବ୍ୟକ୍ତି ଏଭଳି ଅଭିଯୋଗ କରିଛନ୍ତି ।

ପ୍ରଶାସନ ର ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ସମୟରେ ଗୋଣ୍ଡା ତହସିଲଦାରଙ୍କ ନିକଟକୁ ଏଭଳି ଏକ ଅଭିଯୋଗ ଆସିଥିଲା । ସୁମିତ ଯାଦବ ହେଉଛନ୍ତି ଜଣେ ଚାଷୀ । ଗୋଣ୍ଡା ଅଞ୍ଚଳରେ ବର୍ଷା ନହେବା କାରଣରୁ ପ୍ରଶାସନ ନିକଟରେ ଅଭିଯୋଗ କରିଛନ୍ତି । ବଡ଼ କଥା ହେଉଛି, ସ୍ଥାନୀୟ ପ୍ରଶାସନ ଏହି ଅଭିଯୋଗକୁ ଜିଲ୍ଲା ପ୍ରଶାସନଙ୍କ ପାଖକୁ ପଠାଇ ଦେଇଛି । ତେବେ ଜିଲ୍ଲା ପ୍ରଶାସନ ଏଭଳି ଅଭିଯୋଗକୁ ଗ୍ରହଣ ନକରିବା ସହ ଯିଏ ବି ଏଭଳି ବାଚଳାମି କରିଛନ୍ତି ତାଙ୍କ ବିରୋଧରେ ମାମଲା ରୁଜୁ କରିବାକୁ କହିଛନ୍ତି । ବର୍ଷା ଅଭାବରୁ ରାଜ୍ୟ ର କେତେକ ସ୍ଥାନରେ ବେଙ୍ଗ-ବେଙ୍ଗୁଲି ବାହାଘର ହୋଇଛି ।

ରାଜ୍ୟ ର କେତେକ ସ୍ଥାନରେ କାଁ ଭାଁ କିଛି ସ୍ଥାନରେ ଅଳ୍ପ ଅଳ୍ପ ବର୍ଷା ହେଉଛି । ହେଲେ ତାହା ଚାଷ ପାଇଁ ପର୍ଯ୍ୟପ୍ତ ନୁହେଁ । ବର୍ଷା ର ଅଭାବ ସାଙ୍ଗକୁ କେନାଲରେ ପାଣି ଆସୁନଥିବାରୁ ଚିନ୍ତାରେ ପଡିଯାଇଛନ୍ତି ଚାଷୀକୂଳ । ବର୍ଷ ବର୍ଷ ଧରି କେନାଲ ର ତଳମୁଣ୍ଡରେ ଥିବା ଚାଷ ଜମିରେ ପାଣି ପହଞ୍ଚି ପାରୁନାହିଁ । ଯାହା ଚାଷୀଙ୍କ ପାଇଁ ବୋଝ ଉପରେ ଲଳିତା ବିଡା ସଦୃଶ ହୋଇଛି ।