ହୋଟେଲ ‘ନିମନ୍ତ୍ରଣ’ ରେ ବଡ଼ ଧରଣ ର ଘୋଟାଲା

0
155
ହୋଟେଲ

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୨୧/୦୭) : ଭୁବନେଶ୍ୱର ସ୍ଥିତ ହୋଟେଲ ‘ନିମନ୍ତ୍ରଣ‘ ରେ ହୋଇଛି ବଡ଼ ଧରଣ ର ଘୋଟାଲା ।

 

୧୭ ଲକ୍ଷ ୫୦ ହଜାର ଟଙ୍କା ଚଳୁ ହୋଇଥିବା ବେଳେ ଏଥିରେ ଓ ଟି ଡି ସି ମ୍ୟାନେଜର ଅର୍ଦ୍ଧେନ୍ଦୁ ମହାନ୍ତିଙ୍କୁ ଗିରଫ କରାଯାଇଛି । ହୋଟେଲ ‘ନିମନ୍ତ୍ରଣ’ ର ଠିକା କର୍ମଚାରୀ ସୁନୀଲ ଘଡ଼େଇ ମଧ୍ୟ ଠକେଇ ଅଭିଯୋଗରେ ଗିରଫ ହୋଇଛନ୍ତି । ତେବେ ବିଗତ ୬ ମାସ ର ଟଙ୍କା ଡିପୋଜିଟ ନ କରି ଚଳୁ କରିଥିବା ଅଭିଯୋଗ ହୋଇଛି ।WhatsApp Image 2022 07 21 at 12.08.07 PM 1 ହୋଟେଲ 'ନିମନ୍ତ୍ରଣ' ରେ ବଡ଼ ଧରଣ ର ଘୋଟାଲା

ପ୍ରତିଦିନ ଆୟ ର ୫୦% ଟଙ୍କା ନିଜ ଆକାଉଣ୍ଟ ପଠାଉଥିଲେ ୨ କର୍ମଚାରୀ । ଅଡିଟ ବେଳେ ଏହା ଜଣାପଡିବା ପରେ ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ଅନୁସାରେ ଅର୍ଦ୍ଧେନ୍ଦୁ ମହାନ୍ତି ଓ ସୁନୀଲ ଘଡ଼େଇ ଙ୍କୁ ଗିରଫ କୋର୍ଟ ଚାଲାଣ କରିଛି ସହିଦ ନଗର ଥାନା ପୋଲିସ ।