ଆଜି ଇଡିରେ ହାଜର ହେବେ ସୋନିଆ ଗାନ୍ଧୀ

0
155
ଆଜି ଇଡିରେ

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ, (୨୧/୦୭) : ନେସନାଲ୍ ହେରାଲ୍ଡ ମାମଲାରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଆଜି ଇଡିରେ ହାଜର ହେବେ । ଆସୋସିଏଟେଡ୍ ଜର୍ଣ୍ଣାଲ ଓ ନେସନାଲ୍ ହେରାଲ୍ଡ କାରବାରରେ ତାଙ୍କର ଭୂମିକା ନେଇ ଇଡି ପଚରାଉଚରା କରିପାରେ ।

ତେବେ ସୋନିଆ ଆଜି ଇଡିରେ ହାଜର ହେବାକୁ ଯିବା ପୂର୍ବରୁ କଂଗ୍ରେସ ର ସମସ୍ତ ବରିଷ୍ଠ ନେତା ଆସି ଏଆଇସିସି କାର୍ଯ୍ୟାଳୟରେ ହାଜର ହୋଇ ତାଙ୍କ ପ୍ରତି ସମବେଦନା ଜ୍ଞାପନ କରିବେ । ଏହାପରେ ସମସ୍ତ ପଦାଧିକାରୀ ଓ ବରିଷ୍ଠ ନେତାମାନେ ଇଡି ଅଫିସ ପର୍ଯ୍ୟନ୍ତ ଯିବେ । ତା’ସହିତ ସାରା ଦେଶରେ ଦଳ ପକ୍ଷରୁ ବିକ୍ଷୋଭ କରାଯିବ । ଇଡିକୁ ଭର୍ତ୍ସନା କରି ଦଳ ର ବରିଷ୍ଠ ନେତା ଇଡି ଏବେ ଦେଶ ର ଶୀର୍ଷ ନେତୃତ୍ୱଙ୍କ ଇସାରାରେ ରାଜନୈତିକ ଆକ୍ରୋଶ ରଖି କାମ କରୁଥିବା ଅଭିଯୋଗ କରିଛି କଂଗ୍ରେସ । ଏହାଛଡ଼ା ସମସ୍ତ ରାଜ୍ୟରେ ଥିବା ଇଡି ଅଫିସ ଆଗରେ ଦଳ ପକ୍ଷରୁ ଧାରଣା ଦିଆଯିବ ।

ଏହାପୂର୍ବରୁ କଂଗ୍ରେସ ମୁଖ୍ୟାଳୟ ବାହାରେ ଦିଲ୍ଲୀ ପୁଲିସ ପକ୍ଷରୁ ବ୍ୟାରିକେଡ୍ କରାଯାଇଛି । କୋଭିଡ୍‌ରେ ପୀଡ଼ିତ ହେବା ପରେ ସୋନିଆ ଗାନ୍ଧୀ ଙ୍କୁ ୪ ସପ୍ତାହ ସମୟ ଦିଆଯାଇଥିଲା, ଯାହା ଜୁଲାଇ ୨୨ ରେ ସରିବାର ଥିଲା । ନେସନାଲ୍ ହେରାଲଡ୍‌ ମାମଲାରେ ପୂର୍ବରୁ ସୋନିଆ ଗାନ୍ଧୀ ଙ୍କୁ ଜୁନ୍‌ ୮ ତାରିଖରେ ହାଜର ପାଇଁ ନୋଟିସ୍‌ ହୋଇ‌ଥିଲା । କିନ୍ତୁ ଜୁନ୍‌ ୧ ରେ ସେ କୋଭିଡ୍‌ରେ ସଂକ୍ରମିତ ହେବା ଯୋଗୁଁ ସମୟ ମାଗିଥିଲେ ।

ରାହୁଲ ଗାନ୍ଧୀ ଇଡିରେ ମାରାଥନ ଜେରାର ସମ୍ମୁଖୀନ ହୋଇସାରିଛନ୍ତି । ସେ ଇଡିରେ ହାଜର ବେଳେ କଂଗ୍ରେସ ନେତା ଓ କର୍ମୀମାନେ ଏକାଠି ହୋଇ ମୋଦି ସରକାରଙ୍କ ବିରୋଧରେ ନାରାବାଜି କରିଥିଲେ । ଦିଲ୍ଲୀ ର ଇଡି କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସ କର୍ମୀମାନେ ହଙ୍ଗାମା କରିଥିଲେ । ପରିସ୍ଥିତି ଅଣାୟତ୍ତ ହେବାରୁ ବିକ୍ଷୋଭକାରୀଙ୍କୁ ପୁଲିସ ଗିରଫ କରିଥିଲା ।