ଏଣିକି ପୁରୀ ଯାତ୍ରୀ ଏ.ସି. ସହ ସ୍ଲିପର କୋଚ ପାଇବେ

0
210
ଏଣିକି ପୁରୀ ଯାତ୍ରୀ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୨/୦୭) : ପୂର୍ବତଟ ରେଳ ବାଇ ତରଫରୁ ଓ ବିଶାଖା ଡିଭିଜନ ତରଫରୁ ଗୁଣୁପୁର, କାଶୀନଗର ଓ ପାରଳାଖେମୁଣ୍ଡି ଲୋକ ଙ୍କୁ ଭଲ ସୁବିଧା ପ୍ରଦାନ କରାଯାଇଥିବାରୁ ଲୋକେ ବହୁ ଆନନ୍ଦିତ ହୋଇଛନ୍ତି । ଏଣିକି ପୁରୀ ଯାତ୍ରୀ ଏ.ସି. ସହ ସ୍ଲିପର କୋଚ ପାଇବେ ।

ପ୍ରାପ୍ତ ସୂଚନା ଅନୁଯାୟୀ ଚଳିତ ସପ୍ତାହରେ ଦୁଇ ଜିଲ୍ଲା ବାସୀ ଗୋଟିଏ ମେମୁ ଟ୍ରେନ ପାଇବା ସହ ଆଉ ଗୋଟିଏ ଭଲ ସୁବିଧା ପାଇଛନ୍ତି । ଏଣିକି ପୁରୀ ଯାତ୍ରୀ ଏ.ସି. ସହ ସ୍ଲିପର କୋଚ ପାଇବେ । ଆସନ୍ତା ୨୭ ତାରିଖ ରୁ ଗୁଣୁପୁର ପୁରୀ ଟ୍ରେନରେ ଗୋଟିଏ ସ୍ଲିପର କୋଚ ସହ ଗୋଟିଏ ଏ ସି କୋଚ ମଧ୍ୟ ଲାଗିବ ବୋଲି ପୂର୍ବତଟ ରେଳବାଇ ଯାତ୍ରୀ ପରିବହନ ମ୍ୟାନେଜର ଶ୍ରୀ ପୌଲ୍ ତାଙ୍କ ଚିଠି ନ ୧୯୦/ ଅଗଷ୍ଟ ତା. ୨୦/୭/୨୨ ଜରିଆରେ ଜଣାଇଛନ୍ତି ।