Friday, March 29, 2024

Top 5 This Week

Related Posts

କାଶୀନଗର ଶ୍ରୀରାମ ଜୁନିଅର କଲେଜରେ ଅବସର ଓ ବିଦାୟ କାଳୀନ ସଭା

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୩/୦୭) : ଗତ କାଲି ଗଜପତି ଜିଲ୍ଲା ର କାଶୀନଗର ଶ୍ରୀରାମ ଜୁନିଅର କଲେଜ ରେ ଅବସର ଓ ବିଦାୟ କାଳୀନ ସଭା ଅନୁଷ୍ଠିତ ହୋଇଯାଇଛି ।

କାଶୀନଗର ଶ୍ରୀରାମ ଜୁନିଅର କଲେଜ ର ଅଧ୍ୟକ୍ଷ ଶ୍ରୀ ନବକୃଷ୍ଣ ସାହୁକାର ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ କଲେଜ ର ବରିଷ୍ଟ ଅଧ୍ୟାପକ ସୁରେନ୍ଦ୍ର ରଥ, କୈଳାସ ପ୍ରଧାନ ଅନ୍ୟାନ୍ୟ କର୍ମଚାରୀ ଓ ଅଧ୍ୟାପକ ମାନେ ଉପସ୍ଥିତ ରହି ଶ୍ରୀ ତ୍ରିନାଥ ଚୌଧୁରୀ, ଲାଇବ୍ରେରୀଆନ ଓ ରସାୟନ ବିଭାଗ ଦେମୋ ନେଷ୍ଟ୍ରେତର ଶ୍ରୀ ବାଳକୃଷ୍ଣ ପାତ୍ର ଙ୍କୁ ଅବସର କାଳୀନ ବିଦାୟ ଦିଆଯାଇଛି ଓ କମ୍ପ୍ୟୁଟର ଶିକ୍ଷକ ଶ୍ରୀ ସୁରେଶ କୁମାର ପଣ୍ଡା ଙ୍କୁ ଏଠାରୁ ଭଞ୍ଜନଗର ବଦଳି ହୋଇଥିବାରୁ ତାଙ୍କୁ ମଧ୍ୟ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ଶ୍ରୀ ରବି କୁମାର ପଣ୍ଡା ସଭା ପରିଚାଳନା କରିଥିବା ବେଳେ ସୁଶ୍ରୀ ଦାସ ଧନ୍ୟବାଦ ଦେଇଥିଲେ ।

Popular Articles