ରାୟଗଡ଼ା ବ୍ଲକ ର ବୁର୍ଜଙ୍ଗା ଗ୍ରାମ ରେ ବଜ୍ରପାତ : ୩୦ ଛେଳି ମୃତ

0
478
ରାୟଗଡ଼ା ବ୍ଲକ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, ଗଜପତି, (୨୩/୦୭) : ଗଜପତି ଜିଲ୍ଲା ର ରାୟଗଡ଼ା ବ୍ଲକ ର କରଡ଼ା ସିଂ ପଞ୍ଚାୟତ ଅଞ୍ଚଳରେ ବଜ୍ରପାତ ଘଟି ୩୦ ଗୋଟି ଛେଳିଙ୍କ ଅକାଳ ମୃତ୍ୟୁ ଘଟିଥିଲା ଜଣାପଡିଛି ।

ଏହି ଖବର ପାଇ ଗଜପତି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ଜି ତିରୁପତି ରାଓ ରାୟଗଡ଼ା ବ୍ଲକ ବିଡ଼ିଓ, ରାଜସ୍ୱ ବିଭାଗ ଓ ପଶୁ ଚିକିତ୍ସା ବିଭାଗ କୁ ଫୋନ୍ ଯୋଗେ ଜଣାଇଥିଲେ । ଏହି ସମସ୍ତ ବିଭାଗ ର ଫିଲ୍ଡ କର୍ମଚାରୀ ସେଠାରେ ଆଜି ସକାଳେ ପହଞ୍ଚି ଶବ ବ୍ୟବଚ୍ଛେଦ କରିଥିଲେ । ସେମାନଙ୍କ କ୍ଷୟ କ୍ଷତି ସମ୍ପର୍କରେ ବୁଝା ସୁଝା କରିଥିଲେ ଓ କ୍ଷୟ କ୍ଷତି ର ଆକଳନ କରିଥିଲେ । ଉକ୍ତ ଗ୍ରାମ ର ଭିମା ରାଓ ଓ ପଦ୍ମାବତୀ ୩୦ ଟି ଛେଳି ମରିଯାଇଥିବା ଜଣାପଡିଛି । ସେମାନେ ଛେଳି ପାଳନ କରି ନିଜର ଜୀବନ ବିତାଉଥିବା ରୁ ସରକାରଙ୍କୁ କ୍ଷତି ପୂରଣ ଦାବି କରିଛନ୍ତି ।