ଉପ ସଭାପତି ଭାବେ ନିର୍ଦ୍ୱନ୍ଦରେ ବିଜେତା ନମିତା ସାହୁ

0
151
ଉପ ସଭାପତି

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା, (୨୬ /୦୭) : ବୌଦ୍ଧ ଜିଲ୍ଲା ର ହରଭଙ୍ଗା ବ୍ଲକ ଅନ୍ତର୍ଗତ ଆଡ଼େଣିଗଡ଼ ସେବା ସମବାୟ ସମିତି ଲିଃ ର ଉପ ସଭାପତି ଭାବେ ଶ୍ରୀମତୀ ନମିତା ସାହୁ ନିର୍ଦ୍ୱନ୍ଦ ରେ ନିର୍ବାଚିତ ହୋଇଛନ୍ତି ।WhatsApp Image 2022 07 26 at 8.38.30 AM ଉପ ସଭାପତି ଭାବେ ନିର୍ଦ୍ୱନ୍ଦରେ ବିଜେତା ନମିତା ସାହୁ

ଆଡ଼େଣିଗଡ଼ ସେବା ସମବାୟ ସମିତି ୧୪ ଟି ଜୋନ ନେଇ ଗଠିତ ହୋଇଥିବା ବେଳେ ପ୍ରଥମ ପର୍ଯ୍ୟାୟ ରେ ନିର୍ବାଚନ ହୋଇଥିଲା । ସଭାପତି ପଦ ପାଇଁ ଯୁଗୋଳ ଭୋଇ ଓ ଜର୍ମାନୀ ଯାନୀ ପ୍ରତିଦ୍ୱନ୍ଦିତା କରିଥିଲେ । ଏହି ପ୍ରତିଦ୍ୱନ୍ଦିତାରେ ଶ୍ରୀ ଭୋଇ ୬ ଖଣ୍ଡ ଭୋଟ ପାଇଥିବା ବେଳେ ନିକଟତମ ପ୍ରତିଦ୍ୱନ୍ଦୀ ଜର୍ମାନୀ ଯାନୀ ୮ ଖଣ୍ଡ ଭୋଟ ପାଇଁ ସଭାପତି ପଦରେ ବିଜେତା ହୋଇଥିଲେ । ଉପ ସଭାପତି ପଦ ପାଇଁ ସମିତି ର ସମସ୍ତ ବିଜେତା ସଭ୍ୟ ସର୍ବ ସମ୍ମତି କ୍ରମେ ଶ୍ରୀମତି ନମିତା ସାହୁ ଙ୍କୁ ମନୋନୀତ କରାଯାଇଥିବାର ସୂଚନା ମିଳିଛି ।