ସୋନପୁର ଥାନା ରେ ମେଗା ରକ୍ତଦାନ ଶିବିର : ୩୬୦ ୟୁନିଟ ରକ୍ତ ସଂଗ୍ରହ

0
141
ସୋନପୁର ଥାନା ରେ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୨୭/୭) : ସୁବର୍ଣ୍ଣପୁର ଜିଲ୍ଲା ର ସୋନପୁର ଥାନା ରେ ମୋ ସରକାର ତରଫରୁ ଏକ ମେଗା ରକ୍ତଦାନ ଶିବିର ଆଜି ଅନୁଷ୍ଠିତ ହୋଇଯାଇଛି ।WhatsApp Image 2022 07 28 at 9.57.46 AM ସୋନପୁର ଥାନା ରେ ମେଗା ରକ୍ତଦାନ ଶିବିର : ୩୬୦ ୟୁନିଟ ରକ୍ତ ସଂଗ୍ରହ

ଏହି ଶିବିର କୁ ସୁବର୍ଣ୍ଣପୁର ଜିଲ୍ଲା ର ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ଶୁଭ ଉଦ୍ଘାଟନ କରି ରକ୍ତଦାତା ତଥା ସହର ର ବିଭିନ୍ନ ଅଗ୍ରଣୀ ସ୍ଵେଚ୍ଛାସେବୀ ସଙ୍ଗଠନ ର କର୍ମକର୍ତ୍ତା ଙ୍କୁ ସମ୍ମାନିତ କରିଥିଲେ ଏବଂ ସୋନପୁର ଥାନା ରେ ପୋଲିସ କୁ ମେଗା ରକ୍ତଦାନ ଶିବିର ଆୟୋଜନରେ ସହଯୋଗ କରିଥିବାରୁ ପ୍ରଶଂସା କରିଥିଲେ ।

ସମ୍ମାନିତ ଅତିଥି ଭାବେ ଏସ ଡି ପି ଓ ପୁଷ୍ପାଞ୍ଜଳି ନୀଙ୍ଗି, ଆରଟିଓ ରବିନ ପଟ୍ଟନାୟକ ଯୋଗ ଦେଇଥିବା ବେଳେ ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ଭାବରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଅବୋଲି ସୁନୀଲ ନରୱଣେ ଯୋଗ ଦେଇ ରକ୍ତଦାତା, ସ୍ଵେଚ୍ଛାସେବୀ ସଙ୍ଗଠନ ତଥା ସୋନପୁର ଟାଉନ୍ ଥାନା ପୁଲିସ କୁ ରକ୍ତଦାନ କ୍ଷେତ୍ରରେ ଉତ୍କୃଷ୍ଟ ସଫଳତା ହେତୁ ଭୂୟସୀ ପ୍ରଶଂସା କରିଥିଲେ । ସୁବର୍ଣ୍ଣପୁର, ବରଗଡ଼, ତଥା ଭିମସାର ବୁର୍ଲା ରକ୍ତ କେନ୍ଦ୍ର ର କର୍ମଚାରୀ, ସୋନପୁର ପୋଲିସ ଟିମ, ଆଶା ନର୍ସିଂହୋମ କର୍ମଚାରୀ, ସ୍ୱଚ୍ଛ ଭାରତ ସଙ୍ଗଠନ କର୍ମକର୍ତ୍ତା ଶିବିରରେ ରେଜିଷ୍ଟ୍ରେସନ୍, ରକ୍ତ ସଂଗ୍ରହ ର ନାମ ପଞ୍ଜିକରଣ, ପ୍ରମାଣପତ୍ର ବଣ୍ଟନ ତଥା ରକ୍ତ ସଂଗ୍ରହ କାର୍ଯ୍ୟରେ ପୂର୍ଣ୍ଣ ସହଯୋଗ କରିଥିଲେ ।

ପୁଲିସ ଆର ଆଇ ପ୍ରଦୁମ୍ନ ପଟେଲ ଓ ଆଇ ଆଇ ସି କୃଷ୍ଣଚନ୍ଦ୍ର ମେହେର ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ମେଗା ରକ୍ତଦାନ ଶିବିରରେ ଲଳିତା ରାଇସ ମିଲ୍, ପ୍ରତୀକ ରାଇସ ମିଲ, ମାହେଶ୍ୱରୀ ସଙ୍ଗଠନ ତରଭା, ଡ଼୍ରାଇଭର ମହାସଂଘ, ବୋଲବମ୍ ଚାରିଟେବୁଲ ଟ୍ରଷ୍ଟ, ବ୍ଲକ ଛକ ଉଡ଼ାଓ କ୍ଲବ୍, ଟାଟା ପାୱାର କର୍ମଚାରୀ, ଯସୋଦା ଦେବୀ ନର୍ସିଂ କଲେଜ, ଭଗବତୀ ଯୁବକ ସଂଘ, କେମିଷ୍ଟ ଓ ଡ୍ରଗିଷ୍ଟ୍ ଆସୋସିଏସନ୍, ଜିଲ୍ଲା ରକ୍ତ ଦାତା ସଂଘ ଓ ତଥା ରକ୍ତ ଦାନ ରେ ସାମିଲ ଥିବା ସହର ର ଅଗ୍ରଣୀ ସ୍ଵେଚ୍ଛାସେବୀ ଅନୁଷ୍ଠାନ ତଥା ବିଭିନ୍ନ ବ୍ୟାଙ୍କ କର୍ମଚାରୀ, ସମସ୍ତ ବ୍ୟବସାୟୀ, ବିଭିନ୍ନ କଲେଜ ଛାତ୍ର ଛାତ୍ରୀ ଙ୍କ ସକ୍ରିୟ ଯୋଗଦାନ ଓ ସହଯୋଗରେ ଆଜି ର ଏ ଶିବିର ସଫଳ ହୋଇଥିବା ପରିଲକ୍ଷିତ ହୋଇଛି l

ଏ ଏସ ଆଇ ପୀୟୂଷ ନାଏକ୍, ଏସ ଆଇ ସୌମ୍ୟ ରଞ୍ଜନ ସାହୁ, ଏ ଏସ ଆଇ ଏକା ଦଶିଆ ପଧାନ, ଏ ଏସ ଆଇ ସୁଶୀଲ ବିଶି, ଏ ଏସ ଆଇ ଦିଲୀପ ସାହୁ, ଏ ଏସ ଆଇ ରଞ୍ଜିତ ମହାପାତ୍ର, ହାବିଲଦାର ସୁଧୀର ଷାଣ୍ଢ, କନେଷ୍ଟବଲ୍ ସଂଘ ସଭାପତି କୁମୁଦ ରଞ୍ଜନ ମେହେର, ସମ୍ପାଦକ ସୁଧାଂଶୁ ଶେଖର ମେଣ୍ଡେଲି, ହାବିଲଦାର ମନୋଜ ପଣ୍ଡା, ଦିନେଶ ମିଶ୍ର, ବଣ୍ଟି ଆଗ୍ରୱାଲା, ସମାଜସେବୀ ଶ୍ରୀବତ୍ସ ମଲ୍ଲିକ ଓ ମନୋରଞ୍ଜନ ତ୍ରିପାଠୀ ତଥା ଟାଉନ ଥାନା ର ସମସ୍ତ କର୍ମଚାରୀ ପ୍ରମୁଖ ସହଯୋଗ କରିଥିଲେ ।