Friday, March 29, 2024

Top 5 This Week

Related Posts

କମର୍ସିଆଲ୍‌ LPG ସିଲିଣ୍ଡର ଦର ହ୍ରାସ

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ, (୦୧/୦୮) : ଅଗଷ୍ଟ ମାସ ଆରମ୍ଭରୁ ଗ୍ରାହକଙ୍କୁ ମିଳିଲା ଆଶ୍ୱସ୍ତି । ପୁଣି ଥରେ କମିଲା କମର୍ସିଆଲ୍‌ LPG ସିଲିଣ୍ଡର ଦାମ୍‌ । ଇଣ୍ଡିଆନ ଅଏଲ କର୍ପୋରେସନ ୱେବସାଇଟ ଅନୁଯାୟୀ, ୧୯ କେଜି କମର୍ସିଆଲ୍‌ LPG ସିଲିଣ୍ଡର ଦାମ୍‌ ୩୬ ଟଙ୍କା କମିଛି ।

ଆଜି ସକାଳ ୬ଟାରୁ ନୂଆଁ ଦର ଲାଗୁ ହୋଇଛି । ଅଏଲ୍‌ ମାର୍କେଟିଂ କମ୍ପାନୀ ଗୁଡ଼ିକ ଆଜିଠୁ ଏହି ଦର ହ୍ରାସ ନେଇ ଘୋଷଣା କରିଛନ୍ତି । ଦାମ୍‌ ହ୍ରାସ ପରେ ରାଜଧାନୀ ଦିଲ୍ଲୀରେ ୧୯ କେଜି କମର୍ସିଆଲ୍‌ LPG ସିଲିଣ୍ଡର ଦାମ୍‌ ଏବେ ୧୯୭୬ ଟଙ୍କା ୫୦ ପଇସା ହୋଇଛି । ଏହାପୂର୍ବରୁ ସିଲିଣ୍ଡର ପିଛା ୨୦୧୨ ଟଙ୍କା ଥିଲା । ନୂଆଁ ଦର ଲାଗୁ ହେବାପରେ କୋଲକାତାରେ କମର୍ସିଆଲ ସିଲିଣ୍ଡର ପିଛା ୨,୦୯୫ ଟଙ୍କା ୫୦ ପଇସା, ମୁମ୍ବାଇରେ ୧,୯୩୬ ଟଙ୍କା ୫୦ ପଇସା ଓ ଚେନ୍ନାଇରେ ୨,୧୪୧ ଟଙ୍କା ହୋଇଛି ।

ଗତ ମାସ ୬ ତାରିଖରେ କମର୍ସିଆଲ ସିଲିଣ୍ଡର ପିଛା ୯ ଟଙ୍କା କମିଥିଲା । ଏହାପୂର୍ବରୁ ୧ ଜୁଲାଇରେ କମର୍ସିଆଲ ସିଲିଣ୍ଡର ପିଛା ୧୯୮ ଟଙ୍କା ଶସ୍ତା ହୋଇଥିଲା । ୩ ମାସରେ ଚତୁର୍ଥ ଥର ପାଇଁ କମର୍ସିଆଲ ଗ୍ୟାସ୍‌ ରେଟ ହ୍ରାସ ପାଇଛି । ଜୁନ୍‌ ପରଠୁ କମର୍ସିଆଲ ସିଲିଣ୍ଡର ପିଛା ୩୭୮ ଟଙ୍କା ଶସ୍ତା ହୋଇଛି ।

ହେଲେ ଘରୋଇ ସିଲିଣ୍ଡର ଦାମ ହ୍ରାସ ନେଇ କୌଣସି ଘୋଷଣା ହେଉ ନ ଥିରୁ ବିଗିଡ଼ି ଯାଉଛି ଘରର ବଜେଟ । ଗତ ଜୁଲାଇ ୬ରେ ଘରୋଇ ୧୪.୨ କେଜି ଘରୋଇ ଏଲପିଜି ସିଲିଣ୍ଡର ଦର ୫୦ ଟଙ୍କା ଲେଖା ବୃଦ୍ଧି ପାଇଥିଲା । ଫଳରେ ପକେଟ ଉପରେ ଅଧିକ ବୋଝ ପଡ଼ୁଥିବା ବେଳେ ଏହାକୁ ହାଲକା କରିବାକୁ ନିଆଯାଉନି ପଦକ୍ଷେପ ।

Popular Articles