ଗାଇସିଲେଟ ବ୍ଲକ ସମବାୟ ସମିତି ସମ୍ପାଦକ ଭିଜିଲାନ୍ସ ଜାଲରେ : ଟଙ୍କା ଓ ସୁନା ଗହଣା ଜବତ

0
162

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବରଗଡ଼, (୦୯/୦୮) : ଭିଜିଲାନ୍ସ ଜାଲରେ ଗାଇସିଲେଟ ବ୍ଲକ ସମବାୟ ସମିତି ସମ୍ପାଦକ (ପ୍ୟାକ୍ସ ଆସିଷ୍ଟାଣ୍ଟ ସେକ୍ରେଟାରୀ) । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବରଗଡ଼ ଜିଲ୍ଲା ଗାଇସିଲେଟ  ପ୍ୟାକ୍ସ ଆସିଷ୍ଟାଣ୍ଟ ସେକ୍ରେଟାରୀ (ସମବାୟ ସମିତି ସମ୍ପାଦକ) ଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି ।

ଗାଇସିଲେଟ ବ୍ଲକ ସମବାୟ ସମିତି ସମ୍ପାଦକ ଙ୍କ ନାଁ ଘନଶ୍ୟାମ ସାହୁ । ଘନଶ୍ୟାମ ସାହୁ ଙ୍କ ଏକକାଳୀନ ଘର ଓ ଅଫିସରେ ଚଢ଼ାଉ କରିଛି ଭିଜିଲାନ୍ସ ଟିମ୍ । ବର୍ତ୍ତମାନ ସୁଦ୍ଧା ରେଡ ରେ ନଗଦ ୧ ଲକ୍ଷ ୬୮ ହଜାର ଟଙ୍କା ଓ ସୁନା ଗହଣା ଜବତ ହୋଇଛି ।

ସେହିପରି ତାଙ୍କର ୩ଟି ପ୍ଲଟ୍, ଗୋଟିଏ ସ୍କର୍ପିଓ ଗାଡ଼ି, ବାଇକ୍ ଆଦି ରହିଛି । ରେଡ୍ ସରିବା ପରେ ସ୍ପଷ୍ଟ ହେବ ପ୍ୟାକ୍ସ ଆସିଷ୍ଟାଣ୍ଟ ସେକ୍ରେଟାରୀ ଘନଶ୍ୟାମ ସାହୁଙ୍କର କେତେ ରହିଛି ଆୟ ବହିର୍ଭୂତ ସମ୍ପତ୍ତି ।