Friday, March 29, 2024

Top 5 This Week

Related Posts

ବିଦ୍ୟୁତ ଆଘାତରେ ଆସି ଜଗୁଆଳିଙ୍କ ଶୋଚନୀୟ ମୃତ୍ୟୁ

ରିପୋର୍ଟ : ସନ୍ତୋଷ ନାୟକ //
ବଲାଙ୍ଗୀର/ଟିଟିଲାଗଡ, ତା(୧୨/୦୮) : ଟିଟିଲାଗଡ ଥାନା ଅନ୍ତର୍ଗତ ଶିକେର ରେଳ ଷ୍ଟେସନରେ ଗତ ଗୁରୁବାର ରାତି ପ୍ରାୟ ୨ ସମୟରେ ବିଦ୍ୟୁତ ଆଘାତରେ ଜଣେ ଙ୍କ ଶୋଚନୀୟ ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।

ସୋନପୁର ଜିଲ୍ଲା ରୁ ଆସି ଶ୍ରୀକାନ୍ତ ଧରୁଆ (ବ-୪୩) ନାମକ ଜଣେ ବ୍ୟକ୍ତି ଜଗୁଆଳି ଭାବେ ଶିକେର ରେଳ ଷ୍ଟେସନରେ କାର୍ଯ୍ୟରତ ଥିବାବେଳେ ସେ ଗୁରୁବାର ରାତି ପ୍ରାୟ ୨ ଟା ସମୟରେ କୌଣସି କାରଣ ବଶତଃ ନୂତନ ଭାବେ ନିର୍ମାଣ ହୋଇଥିବା ରେଳ ଲାଇନ କଡରେ ଯାଇଥିବା ବିଦ୍ୟୁତ ଆଘାତରେ ଆସିଯାଇଥିଲେ ।

ତାଙ୍କୁ ରେଳ ଷ୍ଟେସନ ର ଅନ୍ୟ କର୍ମଚାରୀ ତୁରନ୍ତ ଟିଟିଲାଗଡ ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ହେଲେ ଡାକ୍ତର ମୃତ ଘୋଷଣା କରିଥିଲେ । ଏ ନେଇ ଟିଟିଲାଗଡ ରେଳ ବିଭାଗ ପୋଲିସ କର୍ମଚାରୀ ମୃତ ଶ୍ରୀକାନ୍ତ ଙ୍କ ଶବ ଜବଦ କରି ବ୍ୟବଚ୍ଛେଦ ପାଇଁ ପ୍ରେରଣ କରିବା ସହ ସବିଶେଷ ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି । ମୃତ ଶ୍ରୀକାନ୍ତ ଙ୍କ ସ୍ତ୍ରୀ ଓ ଦୁଇ ସନ୍ତାନ ଥିବା ଜଣାଯାଇଛି ।

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles