ସ୍ୱଭାବ କବି ଗଙ୍ଗାଧର ମେହରଙ୍କ ୧୬୦ ତମ ଜୟନ୍ତୀ ଉତ୍ସବ ପାଳିତ

0
289
ସ୍ୱଭାବ କବି

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ //
ଗୁଣୁପୁର, (୧୨/୮) : ଗୁଣପୁର ମହାବିଦ୍ୟାଳୟ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ପକ୍ଷରୁ ଆଜି ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ୧୬୦ ତମ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି ।

ମହାବିଦ୍ୟାଳୟ ର ଭାରପ୍ରାପ୍ତ ଅଧ୍ୟକ୍ଷ ଶ୍ରୀଯୁକ୍ତ ରାମଚନ୍ଦ୍ର ପଣ୍ଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ରୂପେ ବିଜ୍ଞାନ କନିଷ୍ଠ ମହାବିଦ୍ୟାଳୟ, ଗୁଡ଼ାରୀ ର ଓଡ଼ିଆ ଅଧ୍ୟାପକ ଯୋଗେନ୍ଦ୍ର ମେହେର ଯୋଗଦେଇ “ଭାରତୀୟ ଆଦର୍ଶବୋଧ ଓ ସ୍ୱଭାବ କବି ଗଙ୍ଗାଧର” ଶୀର୍ଷକ ବିଷୟରେ ଆଲୋଚନା କରିଥିଲେ । ବିଭାଗ ମୁଖ୍ୟ ଜଗନ୍ନାଥ ଦୀପ୍ ଅତିଥି ପରିଚୟ ପ୍ରଦାନ କରିଥିଲେ । ଅଧ୍ୟାପକ ଗୋକୁଳାନନ୍ଦ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଉପଲକ୍ଷେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପ୍ରବନ୍ଧ ଲିଖନ ଓ କୁଇଜ୍ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । କୃତୀ ଛାତ୍ରଛାତ୍ରୀମାନଙ୍କୁ ଉକ୍ତ ଉତ୍ସବରେ ପୁରସ୍କୃତ କରାଯାଇଥିଲା ।

ପ୍ରାଧ୍ୟାପକ ଶଶିଭୂଷଣ ମହାନ୍ତି, ଅଧ୍ୟାପକ ଅମୀୟ ରଞ୍ଜନ ମହାନ୍ତି, ଅଧ୍ୟାପିକା ପୁଷ୍ପାଞ୍ଜଳୀ ସାହୁ, ଅଧ୍ୟାପିକା ବନ୍ଦିତା ଧୁରୁଆ, ଅଧ୍ୟାପିକା ଦିପ୍ତିମୟୀ ବଡ଼ରଇତ, ଅଧ୍ୟାପକ ବସନ୍ତ କୁମାର ସାହୁ, ଅଧ୍ୟାପକ ଡୋଳାମଣି କୁମ୍ଭାର, ଅଧ୍ୟାପକ ତାମିଲା ପାରାସେଠ, ପ୍ରାଧ୍ୟାପକ ନିରଞ୍ଜନ ଚାନ୍ଦ, ଅଧ୍ୟାପକ ଡକ୍ଟର ରମାକାନ୍ତ ସାହୁ, ଅଧ୍ୟାପକ ଏବ୍ରି ରଇତ, ଅଧ୍ୟାପକ ଲକ୍ଷ୍ମଣ ଶବର ସମେତ ବହୁ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଶେଷରେ ମୁଖ୍ୟବକ୍ତାଙ୍କୁ ସମ୍ମାନିତ କରାଯାଇଥିଲା ।