Friday, March 29, 2024

Top 5 This Week

Related Posts

ମହାନଦୀରେ ବନ୍ୟା ଜଳ ପ୍ରଭାହିତ : ଏକର ଏକର ଚାଷଜମି ଜଳମଗ୍ନ

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା, (୧୩/୦୮) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅଞ୍ଚଳରେ ଲଘୁଚାପ ଜନିତ ଲଗାଣ ବର୍ଷା ଥିବା ସତ୍ତ୍ୱେ ହୀରାକୁଦ ର ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରକୁ ବନ୍ୟା ଜଳ ପ୍ରବେଶ କରିବାରୁ ୨୮ ଟି ଗେଟ ଖୋଲାଯାଇ ହୀରାକୁଦ ଡେମ୍ ରୁ ମହାନଦୀରେ ବନ୍ୟା ଜଳ ନିଷ୍କାସନ କରାଯାଇଛି ।WhatsApp Image 2022 08 13 at 7.39.59 PM ମହାନଦୀରେ ବନ୍ୟା ଜଳ ପ୍ରଭାହିତ : ଏକର ଏକର ଚାଷଜମି ଜଳମଗ୍ନ

ଯାହା ଦ୍ୱାରା ତଳିଆ ଅଞ୍ଚଳ ଯଥା ବୌଦ୍ଧ ଜିଲ୍ଲା ର ହରଭଙ୍ଗା, ଧଳପୁର, ପାଣିଘରା, ଅତଲସରା, କୁମାରୀ, ମାରଡ଼ା, ତୀରଡ଼, ଭେଜିଗୋରା, ରାମଗଡ, କୁଡାସିଙ୍ଗା, ଆଦି ୩୧ ଟି ନଦୀ କୁଳିଆ ଗାଁ ର ଲୋକମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ବର୍ତ୍ତମାନ ବର୍ଷା ଲାଗି ରହିଥିବାରୁ ଏବଂ ମହାନଦୀରେ ବନ୍ୟା ଜଳ ପ୍ରବଳ ବେଗରେ ଆସି ଏକର ଏକର ଚାଷ ଜମି ଜଳମଗ୍ନ କରିଛି । ବନ୍ୟା ଯୋଗୁଁ ପାଣିଘରା ଓ ମାରଡ଼ା ଗାଁ ଜଳବନ୍ଦୀ ହୋଇପଡିଛି । ଆଜି ହରଭଙ୍ଗା ବ୍ଲକରେ ୭୩ ମି.ମି. ବର୍ଷା ହୋଇଥିବା ଜଣାପଡିଛି ।

ଲଗାଣ ବର୍ଷା ଯୋଗୁଁ ହରଭଙ୍ଗା ଥାନା ର କର୍ମଚାରୀଙ୍କ ବାସଭବନ ର ପାଚେରୀ ଭାଙ୍ଗି ଯାଇଛି । ବନ୍ୟା ଯୋଗୁଁ ମାରାଡ଼ି ଗ୍ରାମକୁ ଯୋଗାଯୋଗ ବିଛିନ୍ନ ହୋଇପଡିଛି । ବୌଦ୍ଧ ପୂର୍ତ୍ତ ବିଭାଗ ର ହରଭଙ୍ଗା-ଛତ୍ରଙ୍ଗ ରାସ୍ତା ଓ ଫୁଲବାଣୀ-ଟିକରପଡାରେ ଥିବା ଶଗଡ଼ିଆ ସେତୁ ଉପରେ ବନ୍ୟା ଜଳ ପ୍ରଭାହିତ ହେଉଛି । ସେହିପରି ହରଭଙ୍ଗା-ବୌଦ୍ଧ ଜଗନ୍ନାଥ ସଡ଼କ ଧଳପୁର ଠାରେ ବନ୍ୟା ଜଳ ପ୍ରଭାହିତ ହେବା ଫଳରେ ଯୋଗାଯୋଗ ବିଛିନ୍ନ ହୋଇଛି ।

Popular Articles