ଜିଲ୍ଲା ସିଭିଲ କୋର୍ଟ ପରିସରରେ ୩ୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

0
147
ଜିଲ୍ଲା ସିଭିଲ କୋର୍ଟ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡ଼ା, ତା.(୧୩/୦୮) : ଜିଲ୍ଲା ଆଇନ ସେବା ପ୍ରାଧିକରଣ ରାୟଗଡ଼ା ତତ୍ତ୍ୱାବଧାନରେ ରାୟଗଡ଼ା ଜିଲ୍ଲା ସିଭିଲ କୋର୍ଟ ପରିସରରେ ଆଜି ୩ୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି ।

ଜିଲ୍ଲା ସିଭିଲ କୋର୍ଟ ପରିସରରେ ଅନୁଷ୍ଠିତ ଏହି ଲୋକ ଅଦାଲତରେ ରାୟଗଡ଼ା ମୂଖ୍ୟ କୋର୍ଟ ସମେତ ଗୁଣୁପୁର, ବିଷମକଟକ, କାଶିପୁରରେ ଦୀର୍ଘ ଦିନ ଧରି ପଡିରହିଥିବା ୩୧୮ ଟି ମାମଲା ର ଫଇସଲା ହୋଇ ଜରିମାନା ବାବଦକୁ ଟ.୫୩,୧୫,୯୨୩ ଟଙ୍କା ଓ ପ୍ରିଲିଟିଗେସନ ସମ୍ବନ୍ଧିତ ୧୯ ଟି ମାମଲାର ଫଇସଲା ହୋଇ ଜରିମାନା ବାବଦକୁ ଟ.୪,୫୫,୧୦୦ ଟଙ୍କା ଆଦାୟ ହୋଇଛି । ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ତଥା ଜିଲ୍ଲା ଦୌରା ଜଜ୍ ଶ୍ରୀ ବିକ୍ରମ କେଶରୀ ପଟ୍ଟନାୟକ ଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ଏହି ଲୋକ ଅଦାଲତ କୁ ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ସମ୍ପାଦିକା ଶ୍ରୀମତି ନିବେଦିତା ପଣ୍ଡା ପରିଚାଳନା କରିଥିଲେ ।

ଏଥିରେ ପରିବାର ଅଦାଲତ ର ବିଚାରପତି ଶ୍ରୀ ଅମ୍ରୁତ ରଞ୍ଜନ ନନ୍ଦ, ଅତିରିକ୍ତ ଜିଲ୍ଲା ଜଜ୍ ଶ୍ରୀମତି ରୀନା ଚୌଧୁରି, ସ୍ଥାୟୀ ଲୋକ ଅଦାଲତ ର ଅଧ୍ୟକ୍ଷ ଶ୍ରୀ ହିମାଂଶୁ ଶେଖର ବ୍ରହ୍ମା, ରେଜିଷ୍ଟର ଶ୍ରୀ ଦେବିଯୋତି ମହାପାତ୍ର, ବରିଷ୍ଠ ଦଣ୍ଡାଧିକାରୀ ଶ୍ରୀମତି ମିନାକ୍ଷୀ ପ୍ରିୟଦର୍ଶନୀ, ମହିଳା କୋର୍ଟ ର ବିଚାରପତି ଶ୍ରୀମତି ସୋନଲ ଶର୍ମା, ବରିଷ୍ଠ ଦେୱାନୀ ବିଚାରପତି ଶ୍ରୀ ସୌମ୍ୟରୂପ ସାହୁ, ଅନୁବିଭାଗୀୟ ଦଣ୍ଡାଧିକାରୀ ଶ୍ରୀ ଗୁରିଚରଣ ଜେନାମଣୀ, ଗ୍ରାମ୍ୟ ନ୍ୟାୟାଧିକାରୀ ଶ୍ରୀମତି ସୁବାସିନୀ ବେହେରା ପ୍ରମୁଖ ଯୋଗଦେଇଥିଲେ । ଜିଲ୍ଲା ଆଇନ ସେବା ପ୍ରାଧିକରଣ ତଥା ଜିଲ୍ଲା ଅଦାଲତ ର କର୍ମଚାରୀ ମାନେ ଏଥିରେ ସହଯୋଗ କରିଥିଲେ ।