ଆସନ୍ତା ୩ ଘଣ୍ଟାରେ ପିକ୍ ଛୁଇଁବ ବନ୍ୟା

0
175
ଆସନ୍ତା ୩ ଘଣ୍ଟାରେ

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୧୬/୦୮) : ଆସନ୍ତା ୩ ଘଣ୍ଟାରେ ପିକ୍ ଛୁଇଁବ ବନ୍ୟା । ଏହି ୩ ଘଣ୍ଟା ଆମ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ । ଆଜି ଏହି ସୂଚନା ଦେଇଛନ୍ତି ଜଳ ସମ୍ପଦ ବିଭାଗ ର ସର୍ବୋଚ୍ଚ ଯନ୍ତ୍ରୀ ବିଜୟ କୁମାର ମିଶ୍ର ।

ଆସନ୍ତା ୩ ଘଣ୍ଟାରେ ବନ୍ୟା ପିକ୍ ଛୁଇଁବା ନେଇ ସେ କହିଛନ୍ତି, ମୁଣ୍ଡଳିରେ ବର୍ତ୍ତମାନ ୧୧.୬ ଲକ୍ଷ କ୍ୟୁସେକ୍ ଜଳ ପ୍ରବାହିତ ହେଉଛି । ଆଉ କିଛି ବଢ଼ିବା ପରେ ଜଳ ପ୍ରବାହ ପରିମାଣ କମିବ । ହୀରାକୁଦରେ ଜଳଭଣ୍ଡାର ଗେଟ୍‌ ଖୋଲିବା ନେଇ ଆଜି ଅପରାହ୍ଣରେ ନିଷ୍ପତ୍ତି ହେବ । କଟକ ର ମୁଣ୍ଡଳି ଠାରେ ମହାନଦୀ ବିପଦ ସଙ୍କେତ ଟପିଛି । ମୁଣ୍ଡଳିରେ ସଙ୍କେତ ୯୭.୨୫ ଫୁଟ୍ ରହିଥିବା ବେଳେ ଜଳସ୍ତର ୯୭.୩୦ ଫୁଟ୍ ରହିଛି । ହେଲେ କିଛି ଅସୁବିଧା ନାହିଁ ।

ମହାନଦୀରେ ମଧ୍ୟମ ଧରଣ ବନ୍ୟା ଆସିଛି । ବନ୍ୟା ସ୍ଥିତି ଉପରେ ନଜର ରଖିବା ପାଇଁ ଜଳ ସମ୍ପଦ ବିଭାଗ ର କର୍ମଚାରୀ ଓ ଅଫିସରମାନେ ଗତକାଲି ରାତିରେ ନାଇଟ୍‌ ପଟ୍ରୋଲିଂ କରିଥିଲେ । ଏପରିକି କିଛି ଜିଲ୍ଲା ର ଜିଲ୍ଲାପାଳ ମଧ୍ୟ ନାଇଟ୍‌ ପଟ୍ରୋଲିଂ କରି ସ୍ଥିତି ପରିଖିଛନ୍ତି ବୋଲି ସର୍ବୋଚ୍ଚ ଯନ୍ତ୍ରୀ ବିଜୟ କୁମାର ମିଶ୍ର କହିଛନ୍ତି ।

ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବନ୍ୟା ସ୍ଥିତିର ସମୀକ୍ଷା କରୁଛନ୍ତି । ବରିଷ୍ଠ ଅଧିକାରୀଙ୍କୁ ନେଇ ଭିଡ଼ିଓ କନଫରେନସିଂ ସମୀକ୍ଷା କରୁଛନ୍ତି । ବୈଠକରେ ମୁଖ୍ୟ ସଚିବ ଓ ଏସ୍‌ଆରସି ଓ ବରିଷ୍ଠ ଅଧିକାରୀ ଉପସ୍ଥିତ ଅଛନ୍ତି । ଜଳ ପରିଚାଳନା ନେଇ ଆଜି ଅପରାହ୍ନ ୪ଟା ସମୟରେ ଓଡ଼ିଶା-ଛତିଶଗଡ଼ ମଧ୍ୟରେ ଆଲୋଚନା ହେବ । ଦୁଇ ରାଜ୍ୟ ର ମୁଖ୍ୟ ସଚିବଙ୍କ ମଧ୍ୟରେ ଭିଡିଓ କନଫରେନସିଂ ଜରିଆରେ ଆଲୋଚନା ହେବ ।