Friday, March 29, 2024

Top 5 This Week

Related Posts

ଆଜାଦ ପ୍ରେସ୍ ଫାଉଣ୍ଡେସନ ତରଫରୁ ସ୍ୱାଧୀନତା ଦିବସ ପାଳିତ

ରିପୋର୍ଟ : ରବିଶଙ୍କର ମହାପାତ୍ର
ବୋରିଗୁମ୍ମା, (୧୫/୮) : ବୋରିଗୁମ୍ମା ଡ୍ରାଇଭର ମହାସଙ୍ଘ ଓ ଆଜାଦ ପ୍ରେସ୍ ଫାଉଣ୍ଡେସନ ତରଫରୁ ଡ୍ରାଇଭର ମହାସଙ୍ଘ ର କାର୍ଯ୍ୟାଳୟ ପରିସରରେ ୭୬ ତମ ସ୍ୱାଧୀନତା ଦିବସ ପାଳନ କରାଯାଇଛି ।

ଏହି ସମାରୋହରେ ଯୋଗ ଦେଇ ଆଜାଦ ପ୍ରେସ୍ ଫାଉଣ୍ଡେସନ ର ଉପଦେଷ୍ଟା ତଥା ବରିଷ୍ଠ ଆଇନଜୀବୀ ଶ୍ରୀ ପଦ୍ମନ କୁମାର ସ୍ୱାଇଁ ପତାକା ଉତ୍ତୋଳନ କରିଥିଲେ । ଛାତ୍ର ଛାତ୍ରୀଙ୍କୁ ମିଷ୍ଟାନ୍ନ ବଣ୍ଟନ ସହ ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ସ୍ମୃତିଚାରଣ ତଥା ଭାରତ ବର୍ଷ ର ସ୍ୱର୍ଣ୍ଣିମ ଇତିହାସ ର ଆଲୋଚନା କରାଯାଇ ଥିଲା ।

ଅନ୍ୟମାନଙ୍କ ମଧ୍ୟରେ ଡ୍ରାଇଭର ମହାସଙ୍ଘର ସଭାପତି ଶ୍ରୀ ମାଧବ କୁମାର ମହାନ୍ତି, ବିନୋଦ ହରିଜନ, କାଳୀ ପଟ୍ଟନାୟକ, ରିଙ୍କୁ ସାହୁ, ସୁରେଶ ବାବୁ, ପଦ୍ମନ ଭୁମିଆ, ସାମ୍ବାଦିକ ମାନଙ୍କ ମଧ୍ୟରେ ଏସ୍. ସୁନ୍ଦରମ୍, ରବିଶଙ୍କର ମହାପାତ୍ର, ସୁଦର୍ଶନ ପ୍ରଧାନ, ବିଶ୍ୱଜିତ ପାଣିଗ୍ରାହୀ, ସୁଶାନ୍ତ ପଣ୍ଡା, ସୁନୀଳ କୁମାର ଷଡ଼ଙ୍ଗୀ ପ୍ରମୁଖ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ରହି ସହଯୋଗ କରିଥିଲେ । ଆଗାମୀ ଦିନରେ ପଞ୍ଚାୟତ ସମିତିର ବିକାଶକୁ ସ୍ୱଚ୍ଛ ଓ ଦୁର୍ନୀତି ମୁକ୍ତ ଭାବେ ଆଗେଇ ନେବାପାଇଁ ବ୍ୟକ୍ତିଗତ ତଥା ସାମୁହିକ ପ୍ରୟାସ ତ୍ୱରାନ୍ୱିତ କରିବାକୁ ସର୍ବସମ୍ମତି କ୍ରମେ ମତ ପ୍ରକାଶ ପାଇଥିଲା ।

Popular Articles