ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷାରେ ରାୟଗଡ଼ା ଜିଲ୍ଲା ଟପର୍ ସମ୍ବର୍ଦ୍ଧିତ

0
337
ସିବିଏସଇ ଦଶମ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣୁପୁର, (୧୫/୮) : ଚଳିତ ବର୍ଷ ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷାରେ ଗାନ୍ଧୀ ପବ୍ଲିକ୍ ସ୍କୁଲ ର ଛାତ୍ରୀ ସ୍ମୃତିଶିଖା ମହାନ୍ତି ୯୮.୬% ପ୍ରତିଶତ ନମ୍ବର ରଖି ରାୟଗଡ଼ା ଜିଲ୍ଲାରେ ଟପର୍ ହୋଇଛନ୍ତି ।

ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷାରେ ଇଂରାଜୀରେ ୯୯, ଓଡିଆରେ ୯୯, ଗଣିତରେ ୯୯, ବିଜ୍ଞାନରେ ୧୦୦, ସାମାଜିକ ବିଜ୍ଞାନରେ ୯୬ ଏହିପରି ମୋଟ ୫୦୦ ନମ୍ବରରୁ ୪୯୩ ନମ୍ବର ପାଇଛନ୍ତି । ୭୬ ତମ ଜିଲ୍ଲା ସ୍ତରୀୟ ସ୍ଵାଧୀନତା ଦିବସ ଅବସରରେ ରାୟଗଡ଼ା ଜିଲ୍ଲାପାଳ ସ୍ଵଧାଦେବ ସିଂ ଙ୍କ ଦ୍ଵାରା ସ୍ମୃତିଶିଖା ମହନ୍ତ ସମ୍ବର୍ଦ୍ଧିତ ହୋଇଛନ୍ତି । ସେ ଜଣେ ମେଧାବିନୀ ଛାତ୍ରୀ ତାହା ସହିତ ବକ୍ତୃତା, ପ୍ରବନ୍ଧ, ସାଧାରଣ ଜ୍ଞାନ ଓ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଅନେକ ଥର ପୁରସ୍କୃତ ହୋଇଛନ୍ତି ଏବଂ ଭବିଷ୍ୟତରେ ଜଣେ ଡ଼ାକ୍ତର ହେବା ପାଇଁ ଲକ୍ଷ୍ୟ ରଖିଥିବା ସ୍ମୃତିଶିଖା କହିଛନ୍ତି । ମାଆ ସୁଜାତା ମହାନ୍ତି ଜଣେ ଗୃହିଣୀ ପିତା ଶଶୀଭୂଷଣ ମହାନ୍ତି ଗୁଣପୁର ମହାବିଦ୍ୟାଳୟ ର ରାସାୟନ ବିଜ୍ଞାନ ର ପ୍ରଧ୍ୟାପକ ଅଟନ୍ତି ।

ଦୈନିକ ଆଠ ରୁ ଦଶ ଘଣ୍ଟା ପରିଶ୍ରମ, ପିତାମାତା ତଥା ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମାର୍ଗ ଦର୍ଶନ ଓ ଆଶୀର୍ବାଦ ପାଇଁ ଆଜି ସଫଳତା ପାଇଥିବା ସ୍ମୃତିଶିଖା କହିଛନ୍ତି । କଠିନ ପରିଶ୍ରମ ଓ ଦୃଢ ଆତ୍ମବିଶ୍ଵାସ ଏ ସଫଳତାର ମୂଳମନ୍ତ୍ର ବୋଲି ସେ କହିଛନ୍ତି । ଏହି ସଫଳତା ପାଇଁ ଅନୁଷ୍ଠାନ ର ଅଧ୍ୟକ୍ଷ, ଶିକ୍ଷକ ଶିକ୍ଷୟିତ୍ରୀ ସାଙ୍ଗ ସାଥୀ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।