ସହଯୋଗ ଫାଉଣ୍ଡେସନ୍ ଦ୍ୱାରା ୭୬ ତମ ସ୍ୱାଧୀନତା ଦିବସ ପାଳନ

0
219
ସହଯୋଗ ଫାଉଣ୍ଡେସନ୍

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର, (୧୬/୦୮) : ସ୍ୱାଧୀନତା ର ୭୫ ବର୍ଷ ପୂରଣ ହେବା ପରେ ଦେଶ ସ୍ୱାଧୀନତା ର ଅମୃତ ମହୋତ୍ସବ ପାଳନ କରୁଛି । ଭାରତ ର ଗୌରବମୟ ଇତିହାସରେ ସ୍ୱାଧୀନତା ଦିବସ ହେଉଛି ସବୁଠାରୁ ବଡ ଦିନ । ଏହି ପର୍ଯ୍ୟାୟରେ ବଲାଙ୍ଗୀର ର ସାମାଜିକ ସଙ୍ଗଠନ ସହଯୋଗ ଫାଉଣ୍ଡେସନ୍ କର୍ମକର୍ତ୍ତାମାନେ ୭୬ ତମ ସ୍ୱାଧୀନତା ଦିବସ ବଡ ଆଡମ୍ବର ଭାବେ ପାଳନ କରିଥିଲେ ।

ସହଯୋଗ ଫାଉଣ୍ଡେସନ୍ ଦ୍ୱାରା ବଲାଙ୍ଗୀର ସୁଦପଡା ଠାରେ ଆୟୋଜିତ ରଙ୍ଗା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସାମାଜିକ କର୍ମୀ ତଥା ବିଶିଷ୍ଟ ଶିଳ୍ପପତି ଶ୍ରୀ ଅରୁଣ ଅଗ୍ରୱାଲ ତଥା ସମ୍ମାନିତ ଅତିଥି ଭାବରେ ଜାତୀୟ ପ୍ରଶିକ୍ଷକ ଶ୍ରୀ ଆର୍ତତ୍ରାଣ ପାଢ଼ୀ ଯୋଗ ଦେଇଥିଲେ । ଅତିଥି ମାନେ ସେମାନଙ୍କ ବକ୍ତ୍ୟବ୍ୟରେ କହିଛନ୍ତି ଯେ ଏହି ଦିନ ଆମକୁ ସେହି ମହାନ ସ୍ୱାଧୀନତା ସଂଗ୍ରାମୀଙ୍କ ତ୍ୟାଗ ଏବଂ ବଳିଦାନକୁ ମଧ୍ୟ ମନେ ପକାଇଥାଏ ଯେଉଁମାନେ ବିରାଟ ବଳିଦାନ ଦେଇ ଭାରତମାତା କୁ ସ୍ୱାଧୀନ କରିଥିଲେ ।

ଆଜି ଆମେ ସେହି ସମସ୍ତ ସ୍ୱାଧୀନତା ସଂଗ୍ରାମୀଙ୍କୁ ନମସ୍କାର କରୁଛୁ ଯେଉଁମାନେ ଭାରତକୁ ମୁକ୍ତ କରିବାର ସ୍ୱପ୍ନ ଦେଖିଥିଲେ ଏବଂ ନିଜ ଜୀବନକୁ ଉତ୍ସର୍ଗ କରି ଆମକୁ ସ୍ୱାଧୀନତା ଦେଇଥିଲେ । ଆଜିର କାର୍ଯ୍ୟକ୍ରମରେ ଜେସି ଆଇ ବଲାଙ୍ଗୀର ସିଟି, ମେଡିସିନ୍ ପ୍ରତିନିଧୀ ଏବଂ ସହଯୋଗ ଫାଉଣ୍ଡେସନ୍ ର କର୍ମୀମାନେ ଏଥିରେ ଭାଗ ନେଇଥିଲେ । କାର୍ଯ୍ୟକ୍ରମ ଶେଷ ହେବା ପରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଫଳ ଓ ମିଠା ବଣ୍ଟନ କରାଯାଇଥିଲା ।