ଆମେରିକା ର ଫାଷ୍ଟ ଲେଡିଙ୍କୁ କରୋନା

0
274
ଆମେରିକା ର

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ୱାଶିଂଟନ, (୧୭/୦୮) : ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି ଆମେରିକା ର ରାଷ୍ଟ୍ରପତି ଜୋ ବାଇଡେନଙ୍କ ପତ୍ନୀ ତଥା ଦେଶ ର ପ୍ରଥମ ମହିଳା ଜିଲ୍ଲ ବାଇଡେନ । ଜିଲ୍ଲଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିବା ତାଙ୍କ କମ୍ୟୁନିକେସନ ନିର୍ଦ୍ଦେଶକ ଏଲିଜାବେଥ ଆଲେକ୍ସଜେଣ୍ଡର ସୂଚନା ଦେଇଛନ୍ତି ।

ସେ କହିଛନ୍ତି, ସୋମବାର ନିୟମିତ ଟେଷ୍ଟିଂ ବେଳେ ଆମେରିକା ର ଫାଷ୍ଟ ଲେଡିଙ୍କ ରିପୋର୍ଟ ନେଗେଟିଭ ଆସିଥିଲା । ତେବେ ସୋମବାର ସନ୍ଧ୍ୟାରେ ତାଙ୍କ ଶରୀରରେ ଥଣ୍ଡା ଜନିତ ଲକ୍ଷଣ ଦେଖାଯାଇଥିଲା । ଏଥିପାଇଁ ଜିଲ୍ଲ ବାଇଡେନଙ୍କ ରାପିଡ ଆଣ୍ଟିଜେନ ଟେଷ୍ଟ କରାଯାଇଥିଲା । ହେଲେ ରିପୋର୍ଟ ନେଗେଟିଭ ଆସିଥିଲେ । କିନ୍ତୁ ଆରଟିପିସିଆର ଟେଷ୍ଟ କରାଯିବାରୁ ରିପୋର୍ଟ ପଜିଟିଭ ଆସିଛି । ଏବେ ସେ ପ୍ରୋଟକଲ ଅନୁସାରେ ସବୁ ପ୍ରକାରର ପଦକ୍ଷେପ ଗ୍ରହଣ କରୁଥିବା ଏଲିଜାବେଥ ସୂଚନା ଦେଇଛନ୍ତି ।

ଜିଲ୍ଲ ବାଇଡେନ କରୋନାରେ ଆକ୍ରାନ୍ତ ହୋଇଥିଲେ ମଧ୍ୟ ରାଷ୍ଟ୍ରପତି ଜୋ ବାଇଡେନଙ୍କ ରିପୋର୍ଟ ନେଗେଟିଭ ଆସିଛି । କିଛି ଦିନ ପୂର୍ବରୁ ବାଇଡେନ କରୋନାରେ ଆକ୍ରାନ୍ତ ହୋଇଥିଲେ । ସେ ଆଇସୋଲେସନରେ ରହିଥିଲେ ମଧ୍ୟ ସବୁ ପ୍ରକାରର କାମ କରୁଥିଲେ ।