ବନ୍ଧପଡ଼ା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ୭୬ ତମ ସ୍ୱାଧୀନତା ଦିବସ ପାଳନ

0
297
ବନ୍ଧପଡ଼ା

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର, (୧୭/୦୮) : ଦେଶ ପାଳନ କରୁଛି ସ୍ୱାଧୀନତା ର ଆଜାଦୀ କି ଅମୃତ ମହୋତ୍ସବ । ସେହି ଅବସରରେ ପୁଇଁତଲା ବ୍ଲକ ଅନ୍ତର୍ଗତ ବନ୍ଧପଡ଼ା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ମହାସମାରୋହରେ ସ୍ୱାଧୀନତା ଦିବସ ପାଳନ ହୋଇଯାଇଛି ।WhatsApp Image 2022 08 17 at 12.44.41 PM ବନ୍ଧପଡ଼ା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ୭୬ ତମ ସ୍ୱାଧୀନତା ଦିବସ ପାଳନ

ପ୍ରଥମ ପର୍ଯ୍ୟାୟରେ ବନ୍ଧପଡ଼ା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପରିଚାଳନା ପରିଷଦ ର ସଭାପତି ଶ୍ୟାମସୁନ୍ଦର ବଗର୍ତ୍ତୀଙ୍କ ଦ୍ୱାରା ପତାକା ଉତ୍ତୋଳନ କରାଯଇଥିଲା ଓ ଦ୍ଵିତୀୟ ପର୍ଯାୟରେ ଏକ ସଭା ଅନୁଷ୍ଠିତ ହେଇଥିଲା । ଶ୍ୟାମସୁନ୍ଦର ବଗର୍ତ୍ତୀଙ୍କ ସଭାପତିତ୍ୱରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଆନନ୍ଦ ବଡ଼ପଣ୍ଡାଙ୍କ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇ ସ୍ୱାଧୀନତା ଦିବସ ର ମହତ୍ୱ ବିଷୟରେ ଆଲୋକପାତ କରିଥିଲେ ।

ଏହି ଅବସରରେ ବିଦ୍ୟାଳୟ ର ପୂର୍ବତନ ଛାତ୍ର ବୈଦ୍ୟଶିରୋମଣୀ ଶ୍ରୀ ଝସକେତନ ଗୁରୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ତାଙ୍କ ଗୁରୁମାନଙ୍କୁ ଯଥା ବିଦ୍ୟାଳୟ ର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଦୀନବନ୍ଧୁ ସାହୁ, ପୂର୍ବତନ ଗଣିତ ଶିକ୍ଷକ ବିପ୍ରଚାରଣ ସାହୁ, ପୂବର୍ତନ ବରିଷ୍ଠ ଶିକ୍ଷକ ଅନ୍ତର୍ଯ୍ୟାମୀ ମିଶ୍ର ତଥା ବର୍ତ୍ତମାନ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଆନନ୍ଦ ବଡ଼ପଣ୍ଡା, ସଂସ୍କୃତ ଶିକ୍ଷକ ସଙ୍କୀର୍ତ୍ତନ ତ୍ରିପାଠୀ, ଖେଳ ଶିକ୍ଷକ ପ୍ରବୀଣ ନାରାୟଣ ପଣ୍ଡାଙ୍କୁ ଫୁଲମାଳ ତଥା ଉପଢୌକନ ଦେଇ ପୂଜା କରିଥିଲେ ଓ ଗୁରୁ ଶିଷ୍ୟ ପରମ୍ପରା ବିଷୟରେ ଛାତ୍ରଛାତ୍ରୀମାନଙ୍କୁ ଉଦାହରଣ ମାଧ୍ୟମରେ ବୁଝାଇଥିଲେ ।

ବିଦ୍ୟାଳୟ ର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଦେଶାତ୍ମବୋଧକ ପ୍ରବନ୍ଧ, ସାଧାରଣ ଜ୍ଞାନ ଓ ଗୀତ ପ୍ରତିଯୋଗିତା ହୋଇଥିଲା, କୃତୀ ପ୍ରତିଯୋଗୀମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କାର ସହ ମାନପତ୍ର ପ୍ରଦାନ କରାଯାଇଥିଲା । ପ୍ରବନ୍ଧ ପ୍ରତିଯୋଗିତାରେ ଚୁମକି ବସ୍ତିଆ, ପ୍ରିୟଙ୍କା ମେର୍ଲି, ନିପାଞ୍ଜଳି ମେର୍ଲି, ସାଧାରଣ ଜ୍ଞାନରେ ସତ୍ୟବ୍ରତ ପଧାନ, ଚୁମକି ବସ୍ତିଆ, ପ୍ରେମରାଜ ବସ୍ତିଆ ଓ ଗୀତରେ ରୋଷନାରାଣୀ ଗୁରୁ, ବେବି ଦୀପ, ସୁପ୍ରଭା ବଣ୍ଡକିଙ୍କୁ ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ଭାବେ ପୁରସ୍କୃତ କରାଯାଇଥିଲା ଓ ସାଇରଜ ମହାପାତ୍ରଙ୍କୁ ଏକ ସ୍ୱତନ୍ତ୍ର ପୁରସ୍କାର ଦିଆଯାଇଥିଲା ।WhatsApp Image 2022 08 17 at 12.44.42 PM ବନ୍ଧପଡ଼ା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ୭୬ ତମ ସ୍ୱାଧୀନତା ଦିବସ ପାଳନ

ସମସ୍ତ କାର୍ଯ୍ୟକ୍ରମକୁ ବରିଷ୍ଠ ଶିକ୍ଷକ ସଙ୍କୀର୍ତ୍ତନ ତ୍ରିପାଠୀ ପରିଚାଳନା କରିଥିଲେ ଓ ଏହି ସମାବେଶରେ ପରିଚାଳନା ସମିତି ର ବୃନ୍ଦାବନ ନାଏକ, ମୋହନ ପଧାନ ଉପସ୍ଥିତ ଥିଲେ । ସମସ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ର ଅଜିତ କୁମାର ଗୁରୁ, ଗାଜିନ୍ଦ୍ର ନାଏକ, ପବିତ୍ର ମୋହନ ପଧାନ, ହରିବୋଲ ପଧାନ ସହଯୋଗ କରିଥିଲେ । ସଭା ଶେଷରେ ଖେଳ ଶିକ୍ଷକ ପ୍ରବୀଣ ନାରାୟଣ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।